କନକ ବ୍ୟୁରୋ: ସିପିଆଇଏମ ମହାସଚିବ ସୀତାରାମ ୟେଚୁରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର । ସେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଦୀର୍ଘ ଦିନ ହେବ ଫୁସଫୁସ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି । ପ୍ରଥମେ ଏମରଜେନ୍ସି ବିଭାଗରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିଯିବାରୁ ତାଙ୍କୁ ହୃଦରୋଗ ବିଭାଗକୁ ଅଣାଯାଇଛି । ଏମସର ସୂତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି। ଏନେଇ ସିପିଆଇଏମ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି।
ଜଣେ ମାର୍କ୍ସବାଦୀ ନେତା ଭାବେ ବେଶ ଜଣାଶୁଣା ସୀତାରାମ ୟେଚୁରୀ । ସେ ୧୯୫୨ ମସିହା ଅଗଷ୍ଟ ୧୨ ତାରିଖରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ । ତାମିଲ ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିଲେ ସୀତାରାମ । ୧୯୬୯ରେ ତେଲେଙ୍ଗାନାରେ ହୋଇଥିବା ଆନ୍ଦୋଳନ ପରେ ସେ ଦିଲ୍ଲୀ ଚାଲି ଆସିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/yXLbHX0UGULJfZRVgSW6.jpg)