ୱାୟନାଡରେ ବଢିଲା ପ୍ରିୟଙ୍କାଙ୍କ ଅଡୁଆ । ଚ୍ୟାଲେଞ୍ଜ ଦେବାକୁ ବାମମେଣ୍ଟ ଘୋଷଣା କଲା ଦମଦାର ପ୍ରାର୍ଥୀ

Advertisment

ସତ୍ୟନ ମୋକେରୀଙ୍କ ନାମ ଘୋଷଣା ହେବା ପରେ ସେ କହିଛନ୍ତି, ଗୋଟିଏ ସମୟରେ ଇନ୍ଦିରା ଗାନ୍ଧୀ ଓ ରାହୁଲ ଗାନ୍ଧୀ ନିର୍ବାଚନ ହାରିଛନ୍ତି । ତେଣୁ ପ୍ରିୟଙ୍କାଙ୍କୁ ହରାଇବା କିଛି ବଡକଥା ନୁହେଁ । ଏହାସହ ସେ ୱାୟନାଡରେ ହୋଇଥିବା ଭୂସ୍ଖଳନ ବେଳେ ବାମଦଳ ଯେଭଳି ଭାବେ ପୀଡିତଙ୍କ ପାଖରେ ପହଂଚି ସେମାନଙ୍କୁ ସହାୟତା ଯୋଗାଇଥିଲା ତାକୁ ନେଇ ବିଜୟ ସୁନିଶ୍ଚିତ ବୋଲି ସତ୍ୟନ କହିଛନ୍ତି । 

ò\iò\òi\ò

କନକ ବ୍ୟୁରୋ : ରାହୁଲ ଗାନ୍ଧୀ କେରଳର ୱାୟନାଡ ଆସନ ଛାଡିବା ପରେ ଏବେ ସେଠାରେ ଉପନିର୍ବାଚନ ହେବାକୁ ଯାଉଛି । କଂଗ୍ରେସ ତରଫରୁ ୱାୟନାଡରୁ ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବାମମେଣ୍ଟ ଆଜି ପ୍ରାର୍ଥୀ ଘୋଷଣା କରିଛି । ବାମମେଣ୍ଟ ତରଫରୁ ସିପିଆଇ ଏଠାରୁ ନିର୍ବାଚନ ଲଢିବ ଓ ସତ୍ୟନ ମୋକେରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି । କେରଳ ସିପିଆଇର ଅଧ୍ୟକ୍ଷ ବିନୟ ବିଶ୍ୱମ ଏନେଇ ସୂଚନା ଦେଇଛନ୍ତି । ପ୍ରଥମଥର ପାଇଁ ପ୍ରିୟଙ୍କା ଗାନ୍ଧୀ ସିଧାସଳଖ ନିର୍ବାଚନୀ ରାଜନୀତିରେ ଭାଗ ନେବାକୁ ଯାଉଥିବା ବେଳେ ବାମଦଳର ଗଡ କୁହାଯାଉଥିବା କେରଳର ୱାୟନାଡ ଆସନ ତାଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । 

ସତ୍ୟନ ମୋକେରୀଙ୍କ ନାମ ଘୋଷଣା ହେବା ପରେ ସେ କହିଛନ୍ତି, ଗୋଟିଏ ସମୟରେ ଇନ୍ଦିରା ଗାନ୍ଧୀ ଓ ରାହୁଲ ଗାନ୍ଧୀ ନିର୍ବାଚନ ହାରିଛନ୍ତି । ତେଣୁ ପ୍ରିୟଙ୍କାଙ୍କୁ ହରାଇବା କିଛି ବଡକଥା ନୁହେଁ । ଏହାସହ ସେ ୱାୟନାଡରେ ହୋଇଥିବା ଭୂସ୍ଖଳନ ବେଳେ ବାମଦଳ ଯେଭଳି ଭାବେ ପୀଡିତଙ୍କ ପାଖରେ ପହଂଚି ସେମାନଙ୍କୁ ସହାୟତା ଯୋଗାଇଥିଲା ତାକୁ ନେଇ ବିଜୟ ସୁନିଶ୍ଚିତ ବୋଲି ସତ୍ୟନ କହିଛନ୍ତି । 

ଯଦି ୨୦୨୪ ସାଧାରଣ ନିର୍ବାଚନକୁ ନଜର କରିବା ତେବେ ଏହି ଆସନରୁ ରାହୁଲ ଗାନ୍ଧୀ ପାଖାପାଖି ସାଢେ ତିନି ଲକ୍ଷ ଭୋଟରେ ବିଜୟୀ ହୋଇଥିଲେ । ସିପିଆଇ ତରଫରୁ ଆନୀ ରାଜାଙ୍କୁ ପ୍ରାର୍ଥୀ କରାଯାଇଥିଲା । ସେପଟେ କେରଳରେ ବିଜେପିର ଶକ୍ତି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ୱାୟନାଡରୁ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଥିବା କେ, ସୁରେନ୍ଦ୍ରନ ପାଖାପାଖି ଦେଢଲକ୍ଷ ଭୋଟ ହାତେଇଥିଲେ । ଚଳିତ ନିର୍ବାଚନରେ ବିଜେପି କାହାକୁ ପ୍ରାର୍ଥୀ ସେନେଇ ଦଳ ଘୋଷଣା କରିନାହିଁ । ବାମଦଳ ଓ ବିଜେପିକୁ ଟକ୍କର ଦେବା ପ୍ରିୟଙ୍କାଙ୍କ ପାଇଁ ଏତେଟା ସହଜ ନୁହେଁ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe