କନକ ବ୍ୟୁରୋ: ଦେଶର ନୂଆ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ସିପି ରାଧାକ୍ରିଷ୍ଣନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଆଉ ତାଙ୍କର ଏହି ଶପଥ ସମାରୋହରେ ଦେଖିବାକୁ ମିଳିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ଦୀର୍ଘ ୫୩ ଦିନ ପରେ ଦେଶର ଏହି ପୂର୍ବତନ ଉପରାଷ୍ଟ୍ରପତିଙ୍କର କୌଣସି କାର୍ଯ୍ୟକ୍ରମରେ ଦେଖା ମିଳିଛି । ଯିଏକି ଅଚାନକ ଇସ୍ତଫା ଦେବା ସହିତ, ହଠାତ୍ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଥିଲେ ।

Advertisment

ତେବେ ଶୁକ୍ରବାର ଯେତେବେଳେ ସିପି ରାଧାକ୍ରିଷ୍ଣନ ଶପଥ ନେଉଥିଲେ । ସେତେବେଳେ ଜଗଦୀପ ଧନଖଡ଼ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ହମିଦ୍ ଅନସାରୀଙ୍କ ପାଖରେ ବସିଥିବା ଦେଖିବାକୁ ମିଳିଥିଲା । ତାଙ୍କ ସହ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଆଉ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସାମିଲ ହେଇଥିଲେ ।

ତେବେ ଆପଣ ଜାଣିଥିବେ ଜୁଲାଇ ୨୧ ତାରିଖରେ ମୌସୁମୀ ଅଧିବେଶନର ପ୍ରଥମ ଦିନ ଥିଲା । ଆଉ ଏହି ଦିନ ହଠାତ୍ ଜଗଦୀପ ଧନଖଡ଼ ସ୍ୱାସ୍ଥ୍ୟଗତ କାରଣ ଦର୍ଶେଇ ନିଜ ପଦରୁ ଇସ୍ତଫା ଦେଇ ଦେଇଥିଲେ । ତାଙ୍କ ଇସ୍ତଫା ପଛର କାରଣକୁ  ନେଇ ସରଗରମ ହେଇଥିଲା ରାଜନୀତି । ଏମିତି କି ବିରୋଧୀମାନେ ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେବେଠୁ ଜଗଦୀପ ଧନଖଡ଼ଙ୍କର ବିଲକୁଲ୍ ଦେଖା ମିଳିନଥିଲା । ଆଉ ତା ପରେ ଦୀର୍ଘ ୫୩ ଦିନ ପରେ ଜଗଦୀପ ଧନଖଡ଼ଙ୍କ ଦେଖା ମିଳିଛି ।