ଶୀତ ରାତିରେ କମ୍ୱଳ ବାଣ୍ଟିଲେ ସିପି, ରାସ୍ତା କଡ଼ରେ ଶୋଇଥିବା ଅସହାୟ ମାନଙ୍କୁ କମିଶନରେଟ୍ ପୁଲିସ ପକ୍ଷରୁ କମ୍ୱଳ ବଣ୍ଟା

Advertisment

କମିଶନରେଟ୍ ପୁଲିସ ପକ୍ଷରୁ ଅସହାୟ ଓ ନିରାଶ୍ରୀତ ମାନଙ୍କୁ ଶୀତ ବସ୍ତ୍ର ଓ କମ୍ବଳ ବଣ୍ଟନ

କମିଶନରେଟ୍ ପୁଲିସ ପକ୍ଷରୁ ଅସହାୟ ଓ ନିରାଶ୍ରୀତ ମାନଙ୍କୁ ଶୀତ ବସ୍ତ୍ର ଓ କମ୍ବଳ ବଣ୍ଟନ

commissionerate police

commissionerate police Photograph: (KanakNews)

କନକ ବ୍ୟୁରୋ: କମିଶନରେଟ୍ ପୁଲିସ ପକ୍ଷରୁ ଅସହାୟ ଓ ନିରାଶ୍ରୀତ ମାନଙ୍କୁ ଶୀତ ବସ୍ତ୍ର ଓ କମ୍ବଳ ବଣ୍ଟନ  କରାଯାଇଛି । ବଡଗଡ ଥାନା ଓ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ରାସ୍ତା କଡ଼ରେ ଶୋଇଥିବା ବହୁ ଅସହାୟ ମାନଙ୍କୁ ସିପି ଏସ ଦେବଦତ୍ତ ସିଂହ କମ୍ବଳ ବଣ୍ଟନ କରିଥିଲେ । ତାଙ୍କ ସହ ଅତିରିକ୍ତ ଡିସିପି ବିଏସ ଉଦ୍ଗତା, ଅତିରିକ୍ତ ଡିସିପି ମାନସ ଗଡ଼ନାୟକ, ଲକ୍ଷ୍ମୀ ସାଗର ଥାନା ଓ ବଡଗଡ ଥାନା ଅଧିକାରୀ ଉପସ୍ଥିତ ରହିଥିଲେ ।  ଏହି ଶୀତ ଦିନ କାହାକୁ ଶୁଖ ଦେଉଛି ତ କାହାକୁ ଦୁଃଖ ଦେଉଛି ।  ଯାହା ପାଖରେ ଘର ଅଛି, ମୋଟା ମୋଟା  କମ୍ବଳ ଅଛି, ରୁମ୍‌ ହିଟର  ଅଛି ସେମାନଙ୍କ ପାଇଁ  ହାଡଭଙ୍ଗା  ଶୀତ ଶୁଖ ଦେଏ ଶାନ୍ତିର ନିଦ ଦିଏ । 

 ଅଧିକ ପଢନ୍ତୁ : ଥଣ୍ଡାରେ କମ୍ପୁଛି ରାଜଧାନୀ ଭୁବନେଶ୍ୱର: କୋରାପୁଟ, କନ୍ଧମାଳ, ଶିମିଳିପାଳରେ ବି କଲବଲ କରୁଛି ଶୀତ

କିନ୍ତୁ  ଯାହା ମୁଣ୍ଡ ଉପରେ  ଛାତ ନାହିଁ,  ପିନ୍ଧିବାକୁ କପଡା  ନାହିଁ, ମୋଟା କମ୍ବଳ କଥା ଛାଡନ୍ତୁ ଚିରାଫଟା ପତଳା କମ୍ବଳ ଟିଏ ନାହିଁ ଭାଗ୍ୟକୁ ଆଦରି  ଏହି ହାଡ଼ ଭଙ୍ଗା ଶୀତରେ  ଜାକିଜୁକି ହୋଇ ଆଉଜି ହୋଇ ରାସ୍ତା କଡ କେଉଁ ଏକ ପରିତ୍ୟକ୍ତ ସ୍ଥାନରେ ପଡିଛନ୍ତି ।  ସେହି ଅସହାୟଙ୍କ ପାଇଁ ଶୀତ ଦିନ ଦୁଃଖ ଯନ୍ତ୍ରଣା ଦିଏ । ଶୀତରେ କଲବଲ ହୁଅନ୍ତି    ଅସହାୟ ଓ ନିରାଶ୍ରୀତ  । ଯାହାଙ୍କୁ ପାଇଁ  ଦେବଦୂତ ସାଜି ଶୀତ ରାତିରେ କମ୍ବଳ ବଣ୍ଟନ କରିଛନ୍ତି  ସିପି । ତେବେ ସପ୍ତାହେ ହେଲା ପ୍ରବଳ ଜାଡ଼ ଓ ହାଡ଼ଭଙ୍ଗା ଶୀତ ଅସ୍ତବ୍ୟସ୍ତ କରିପକାଇଲାଣି ।  ଆହୁରି ଶୀତ ବଢିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe