କନକ ବ୍ୟୁରୋ : ଖୋର୍ଦ୍ଧାରେ ମାତିଛନ୍ତି ଗୋରୁ ମାଫିଆ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ରେ ଗୋ-ମାଫିଆଙ୍କ ଗୁଳିମାଡ଼ରେ ଗୋ-ସେବକ ଆହତ ହୋଇଛନ୍ତି । ବୋଲଗଡ ଥାନା ଅନ୍ତର୍ଗତ କେନ୍ଦୁପଲ୍ଲୀରୁ ୧୭ରୁ ଅଧିକ ଗୋମାତାଙ୍କୁ ଉଦ୍ଧାର କରାଯାଇଛି । ଗୋ-ମାଫିଆ ଘରୁ ଗୋ ମାଂସ, ବନ୍ଧୁକ ମାରଣାସ୍ତ୍ର ସହ ୨ ଗୋରୁ ମାଫିଆଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୁଲିସ୍ ।

Advertisment

ଅଧିକ ପଢନ୍ତୁ : ଗୋ-ମାଫିଆଙ୍କ ବିରୋଧରେ ରାଜ୍ୟ ସରକାର କଠୋର, ରାଜ୍ୟରେ ଗୋରୁ ଚୋରା ଚାଲାଣକାରୀଙ୍କୁ ମୋହନଙ୍କ ସତର୍କସୂଚନା

ଘଟଣା ସ୍ଥଳରେ ୧ ପ୍ଲାଟୁନ ପୁଲିସ୍ ଫୋର୍ସ ସହ ନିଜେ ଏସ୍‌ପି ଓ ଏସଡିପିଓ ଉପସ୍ଥିତ ରହି ଗାଈଗୁଡିକୁ ବୋଲଗଡ଼ ଗୋଶାଳାରେ ଛାଡ଼ିଛନ୍ତି । ବର୍ତ୍ତମାନ ପରିସ୍ଥିତି ଶାନ୍ତ ରହିଛି । ଏହି ଘଟଣାରେ ବୋଲଗଡ଼ ପୁଲିସ୍ ପକ୍ଷରୁ ୨ଟି ମାମଲା ରୁଜୁ କରାଯାଇଛି । ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ ।