କନକ ବ୍ୟୁରୋ : ବୋଲେରୋରେ ଗୋରୁ ଚାଲାଣ । ଚାଲାଣ ହେଉଥିବା ବେଳେ ପ୍ରାୟ ୩୪ ଗୋରୁ ଉଦ୍ଧାର ହୋଇଛନ୍ତି । କିଛି ଦିନ ପରେ ଭଦ୍ରକରେ ପୁଣି ମାତିଛନ୍ତି ଗୋ ମାଫିଆ । ଭିନ୍ନ ଭିନ୍ନ ତରିକା ଆପଣାଇ ଗୋ ଚାଲାଣ କରୁଛନ୍ତି । ଆଜି ଭୋର ସମୟରେ ଭଦ୍ରକ ପୁରୁଣା ବଜ଼ାର ଥାନା ନିକଟ ଆରଏମସି ମାର୍କେଟ ପରିସର ଭିତରୁ ଗୋ ଚାଲାଣ ବେଳେ ଧରା ପଡିଥିଲା ।
ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ପୁରୁଣା ବଜାର ପୁଲିସ ଦ୍ୱାରା ଜବତ ହୋଇଥିବା ବେଳେ ଟାଉନ୍ ଥାନା ନିକଟ ସାହାପୁର ମସଜିଦ ନିକଟରେ ଏକ ଗୋରୁ ବୋଝେଇ ବୋଲେରୋ ଟାଉନ୍ ପୁଲିସ ଦ୍ୱାରା ଜବତ ହୋଇଛି । ଜବତ ପିକଅପରୁ ୨୨ ଟି ଗୋରୁ ଉଦ୍ଧାର ହୋଇଥିବା ବେଳେ ବୋଲେରୋରୁ ୧୨ ଟି ଗୋରୁ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ହୋଇଥିବା ୩୪ ଗୋରୁଙ୍କୁ ପୁଲିସ ମଇତାପୁର ସ୍ଥିତ ଗୋଶାଳା ରେ ଭର୍ତ୍ତି କରିଛନ୍ତି । ସେପଟେ ଗୋ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/06/01/8kNzOHwkSsoQf88KwfIu.jpg)