ହଂକଂ – ସିଙ୍ଗାପୁର ପରେ ଏବେ ଭାରତରେ କରୋନା ; ମୁମ୍ବାଇରେ ୫୩ ସଂକ୍ରମିତ

ପାଖାପାଖି ୩ ବର୍ଷ ପରେ ପୁଣି ଦେଖାଗଲାଣି କରୋନା। ସିଙ୍ଗାପୁର ଓ ହଂକଂ ପରି ଦକ୍ଷିଣ ପୂର୍ବ ଏସିଆ  ଦେଶରେ କୋଭିଡ୍ -୧୯ର ବଢ଼ୁଥିବା ମାମଲାରେ ଯୋଡ଼ି ହୋଇସାରିଲାଣି ଭାରତ । ଆଜି ମୁମ୍ବାଇରେ ୫୩ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । 

ମୁମ୍ବାଇ କରୋନା

ମୁମ୍ବାଇ କରୋନା Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ପାଖାପାଖି ୩ ବର୍ଷ ପରେ ପୁଣି ଦେଖାଗଲାଣି କରୋନା । ସିଙ୍ଗାପୁର ଓ ହଂକଂ ପରି ଦକ୍ଷିଣ ପୂର୍ବ ଏସିଆ  ଦେଶରେ କୋଭିଡ୍ -୧୯ର ବଢ଼ୁଥିବା ମାମଲାରେ ଯୋଡ଼ି ହୋଇସାରିଲାଣି ଭାରତ । ଆଜି ମୁମ୍ବାଇରେ ୫୩ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । 

୨୦୨୦ ଜାନୁଆରି ପରେ କରୋନା ଯୋଗୁଁ ସାରା ଦୁନିଆରେ ହଇଚଇ ସୃଷ୍ଟି ହୋଇଥିଲା । ସାରା ବିଶ୍ବରେ କରୋନା ଯୋଗୁଁ ଲକ୍ଷ ଲକ୍ଷ ଜୀବନ ଯାଇଥିଲା । ଏହି ଭୂତାଣୁ ଆଖି, ନାକ ଓ ପାଟି ବାଟରେ ଶରୀରକୁ ପ୍ରବେଶ କରିଥାଏ । ୨୦୨୦ ଜାନୁଆରି ୩୦ ରେ ଭାରତରେ ପ୍ରଥମ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । ଚୀନର ଉହାନ୍  ସହରରେ ପ୍ରଥମେ ଜଣେ ମେଡିକାଲ ଛାତ୍ରଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ଆଜି ମୁମ୍ବାଇରେ ୫୦ରୁ ଅଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହାପରେ ଏଠିକାର ସ୍ବାସ୍ଥ୍ୟ ଅଧିକାରୀ ସତର୍କତା ଆପଣାଇବାକୁ ପରାମର୍ଶ ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe