କନକ ବ୍ୟୁରୋ: ପାଖାପାଖି ୩ ବର୍ଷ ପରେ ପୁଣି ଦେଖାଗଲାଣି କରୋନା । ସିଙ୍ଗାପୁର ଓ ହଂକଂ ପରି ଦକ୍ଷିଣ ପୂର୍ବ ଏସିଆ ଦେଶରେ କୋଭିଡ୍ -୧୯ର ବଢ଼ୁଥିବା ମାମଲାରେ ଯୋଡ଼ି ହୋଇସାରିଲାଣି ଭାରତ । ଆଜି ମୁମ୍ବାଇରେ ୫୩ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।
୨୦୨୦ ଜାନୁଆରି ପରେ କରୋନା ଯୋଗୁଁ ସାରା ଦୁନିଆରେ ହଇଚଇ ସୃଷ୍ଟି ହୋଇଥିଲା । ସାରା ବିଶ୍ବରେ କରୋନା ଯୋଗୁଁ ଲକ୍ଷ ଲକ୍ଷ ଜୀବନ ଯାଇଥିଲା । ଏହି ଭୂତାଣୁ ଆଖି, ନାକ ଓ ପାଟି ବାଟରେ ଶରୀରକୁ ପ୍ରବେଶ କରିଥାଏ । ୨୦୨୦ ଜାନୁଆରି ୩୦ ରେ ଭାରତରେ ପ୍ରଥମ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । ଚୀନର ଉହାନ୍ ସହରରେ ପ୍ରଥମେ ଜଣେ ମେଡିକାଲ ଛାତ୍ରଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ଆଜି ମୁମ୍ବାଇରେ ୫୦ରୁ ଅଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହାପରେ ଏଠିକାର ସ୍ବାସ୍ଥ୍ୟ ଅଧିକାରୀ ସତର୍କତା ଆପଣାଇବାକୁ ପରାମର୍ଶ ଦେଇଛନ୍ତି ।