କନକ ବ୍ୟୁରୋ: ବୋଲ ମାନୁନି କରୋନା । ଦେଶରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ପୁଣି ୫୬୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୭ ଆକ୍ରାନ୍ତଙ୍କ ମୃତ୍ୟୁ ବି ହୋଇଛି । ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । କେବଳ ଦିଲ୍ଲୀରେ ଦିନକରେ ୧୦୭ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ଜୀବନ ନେଇଛି ଭାଇରସ୍ । ମୃତକଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ ଏବଂ ଅନ୍ୟ ଜଣେ ୮୭ ବର୍ଷର ବୃଦ୍ଧ । ରାଜଧାନୀ ଦିଲ୍ଲୀରେ ଏବେ ୫୬୨ଟି ସକ୍ରିୟ ମାମଲା ରହିଛି । ଯାହା ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଇଛି । 

Advertisment

କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ ଏବଂ ପଶ୍ଚିମବଙ୍ଗରେ ମଧ୍ୟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ କର୍ଣ୍ଣାଟକରେ ୨ ଜଣ, ମହାରାଷ୍ଟ୍ରରେ ୩ ଜଣଙ୍କ ଜୀବନ ଯାଇଛି । ମୋଟ୍ ମୃତ୍ୟୁ ସଂଖ୍ୟା ଦେଖିଲେ ଜାନୁଆରି ୧ରୁ ବର୍ତ୍ତମାନ ସୁଦ୍ଧା ୫୧ ଲୋକଙ୍କ କରୋନା କାରଣରୁ ମୃତ୍ୟୁ ହୋଇଥିବା ସୂଚନା ରହିଛି  ।