କନକ ବ୍ୟୁରୋ : ଦେଶରେ ଦିନକୁ ଦିନ କାୟା ବିସ୍ତାର କରିଚାଲିଛି କୋଭିଡ୍ ଭୂତାଣୁ, ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ମୁହାଁ ହୋଇଛି । ସକ୍ରିୟ ସଂକ୍ରମଣ ମାମଲା ୫ ହଜାର ୭୫୫ ରେ ପହଞ୍ଚିଛି, କେରଳରେ ସର୍ବାଧିକ ୧୮୦୬ ଟି ମାମଲା ଚିହ୍ନଟ ହୋଇଥିବା ବେଳେ ଗୁଜରାଟରେ ୭୧୭, ଦିଲ୍ଲୀରେ ୬୬୫ ଏବଂ ମହାରାଷ୍ଟ୍ରରେ ସକ୍ରିୟ ମାମଲା ୫୭୭ ରହିଛି । ସେହିପରି କର୍ଣ୍ଣାଟକ ଓ ଉତ୍ତରପ୍ରଦେଶରେ ଯଥାକ୍ରମେ ୪୪୪ ଏବଂ ୨୮୮ ମାମଲା ଚିହ୍ନଟ ହୋଇଥିବା ବେଳେ ତାମିଲନାଡୁରେ ୨୦୮ ଟି ମାମଲା ଚିହ୍ନଟ କରିଛି ସ୍ବାସ୍ଥ୍ୟ ବିଭାଗ ।
/kanak/media/media_files/2025/06/08/8cw08iKJccZtX9FSDQv4.jpg)
ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୪ଜଣ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୫୯ ରେ ପହଞ୍ଚିଛି । ଆଇସିଏମଆର ରିପୋର୍ଟ ଅନୁଯାୟୀ ପଶ୍ଚିମ ଓ ଦକ୍ଷିଣରେ ମିଳିଥିବା ନମୁନା ଜିନୋମ୍ ସିକ୍ବେନ୍ସିରୁ ଜଣାପଡିଛି ଯେ ଚିହ୍ନଟ ହୋଇଥିବା ନୂଆ ଭୂତାଣୁ ଓମିକ୍ରନର ନୂ୍ଆ ପ୍ରଜାତି । ଗୋଟିଏ ପଟେ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ହସ୍ପିଟାଲ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍, ଆଇସିୟୁ ବେଡ୍, ଭେଣ୍ଟିଲେଟର ଓ ଆବଶ୍ୟକୀୟ ଔଷଧପତ୍ର ମହଜୁଦ ରଖିବାକୁ ରାଜ୍ୟ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ।