କନକ ବ୍ୟୁରୋ: କଡ଼ ଲେଉଟାଇଲାଣି କରୋନା । ଏସିଆ ମହାଦେଶର ବିଭିନ୍ନ ସ୍ଥାନରେ କରୋନାର ନୂଆ ଲହର ବ୍ୟାପିବା ପରେ ହଂକଂ ଓ ସିଙ୍ଗାପୁରର ସ୍ବାସ୍ଥ୍ୟ ଅଧିକାରୀ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ହଂକଂ ସହରରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯଦିଓ ଏହା ପୂର୍ବ ସଂକ୍ରମଣ ଭଳି ଉଗ୍ର ରୂପ ନେଇନି ତଥାପି ଭୟ ବଢିଲାଣି । ସେହିଭଳି ସିଙ୍ଗାପୁରରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇଲାଣି । ମେ ୩ ସୁଦ୍ଧା କୋଭିଡ୍‌ ମାମଲା ୧୪,୨୦୦ରେ ପହଞ୍ଚିଛି । କୋଭିଡ୍‌ ସଂକ୍ରମଣ ପାଇଁ ହସ୍ପିଟାଲରେ ମାମଲା ୩୦% ବୃଦ୍ଧି ପାଇଛି । 

Advertisment

ବିଶେଷ କରି ଯେଉଁମାନଙ୍କର ରୋଗ ପ୍ରତିରୋଧକ କ୍ଷମତା କମ୍ ଓ ଅଧିକ ପୀଡ଼ିତ ହେବାର ସମ୍ଭାବନା ରହିଛି ସେମାନଙ୍କୁ ବୁଷ୍ଟର୍‌ ଟିକା ନେବାକୁ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି । ହଂକଂ ପପ୍ ଷ୍ଟାର ଏସନ ଚାନ୍ କୋଭିଡ୍ ପଜିଟିଭ୍ ଥିବା ଜଣାପଡ଼ିବା ପରେ ତାଙ୍କ ତାଇଵାନ୍ କନ୍‌ସର୍ଟକୁ ସ୍ଥଗିତ ରଖାଯାଇଛି । ବ୍ଲୁମ୍‌ବର୍ଗ ରିପୋର୍ଟ କରିଛି ଯେ, ଚୀନ୍ ମଧ୍ୟ କୋଭିଡ୍‌ର ଏକ ନୂତନ ଲହର ଦେଇ ଗତି କରୁଛି । ଗତ ପାଞ୍ଚ ସପ୍ତାହ ମଧ୍ୟରେ ଚୀନ୍‌ବାସୀଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣ ହାର ଦୁଇଗୁଣରୁ ଅଧିକ ହୋଇଛି ।