ଦେଶରେ ପୁଣି ଚିନ୍ତା ବଢ଼ାଇଲାଣି କରୋନା । ୩ ହଜାର ଟପିଲା କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଶନିବାର ସୁଦ୍ଧା ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୩୯୫ ରହିଛି । ଗତ ୨୪ ଘଣ୍ଟାରେ ୬୮୫ଟି ନୂଆ ମାମଲା ଚିହ୍ନଟ ହୋଇଛି । ଏଯାଏଁ ସର୍ବାଧିକ ମାମଲା କେରଳରୁ ଚିହ୍ନଟ ହୋଇଛି । କେରଳରେ ସର୍ବାଧିକ ୧୩୩୬ କୋଭିଡ୍ ମାମଲା ରିପୋର୍ଟ ହୋଇଛି । ଏହା ପରେ ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି । ମହାରାଷ୍ଟ୍ରରେ ୪୬୭, ଦିଲ୍ଲୀରେ ୩୭୫ ଗତ ଦୁଇ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ପାର୍ ହୋଇଛି । ୨୪ ଘଣ୍ଟା ଭିତରେ କରୋନା ଯୋଗୁଁ ୪ ଜଣଙ୍କର ଜୀବନ ଯାଇଛି । ଦିଲ୍ଲୀ, କେରଳ, କର୍ଣ୍ଣାଟକ ଏବଂ ଉତ୍ତର ପ୍ରଦେଶରେ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି ।
ଅନ୍ୟପଟେ ଓଡ଼ିଶାରେ ପ୍ରଥମ କୋଭିଡ ମୃତ୍ୟୁ ଖବରର ସୂଚନା ମିଳିଛି । ଜଣେ ୮୦ ବର୍ଷୀୟ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଥିବା କୁହାଯାଉଛି । ଉକ୍ତ ବ୍ୟକ୍ତି ୪ ଦିନ ତଳେ କୋଭିଡରେ ଆକ୍ରାନ୍ତ ହୋଇଥିଲେ । ସମ୍ପୃକ୍ତ ବ୍ୟକ୍ତି ଏକାଧିକ ଜଟିଳ ରୋଗରେ ପୀଡିତ ଥିଲେ । ତେବେ ରାଜ୍ୟରେ କୋଭିଡ୍ ମୃତ୍ୟୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଯାଏଁ କୌଣସି ସୂଚନା ଦିଆଯାଇନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/06/01/RhFbwbk8Cz0zsTL7HGJi.jpg)