ରାହୁଲ ଗାନ୍ଧୀଙ୍କୁ କୋର୍ଟ ସମନ ; ବଢିଲା ରାହୁଲଙ୍କ ଅଡୁଆ

ପୁଣି ଅଡ଼ୁଆରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଏକ ଅପରାଧିକ ମାନହାନୀ ମାମଲାରେ ରାହୁଲଙ୍କୁ ପୁଣେ କୋର୍ଟଙ୍କ ସମନ୍‌ । ବୀର ସାବରକରଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ଅଭିଯୋଗରେ ମାମଲା ।

8rG

କନକ ବ୍ୟୁରୋ: ପୁଣି ଅଡ଼ୁଆରେ କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଏକ ଅପରାଧିକ ମାନହାନୀ ମାମଲାରେ ପୁଣେ କୋର୍ଟ ରାହୁଲଙ୍କୁ ହାଜର ହେବାକୁ ସମନ କରିଛନ୍ତି । ସାବରକରଙ୍କ ସମ୍ପର୍କରେ ରାହୁଲ ଗାନ୍ଧୀ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଗତ ବର୍ଷ ରାହୁଲ ବ୍ରିଟେନ ଯାଇଥିବା ବେଳେ ସାବରକରଙ୍କ ସମ୍ପର୍କରେ ଅପମାନସୂଚକ ଟିପ୍ପଣୀ କରିଥିଲେ । ଏହା ବିରୋଧରେ ସାବରକରଙ୍କ ସମ୍ପର୍କୀୟ ପୁତୁରା ପୁଣେର ଗୋଟିଏ କୋର୍ଟରେ ମାନହାନୀ ମାମଲା କରିଥିଲେ । ଏହାର ଶୁଣାଣୀ କରି କୋର୍ଟ ଆଜି ରାହୁଲ ଗାନ୍ଧୀଙ୍କୁ ସମନ କରିଛନ୍ତି । ତାଙ୍କୁ ଅକ୍ଟୋବର ୨୩ରେ କୋର୍ଟରେ ହାଜର ହେବାକୁ ସମନରେ କୁହାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe