ବେଆଇନ୍ ଖଣି ଲିଜଧାରୀଙ୍କ ଠାରୁ ଜୋରିମାନା ଆଦାୟରେ ବିଳମ୍ବ ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ବେଆଇନ ଖଣି ଲିଜ୍ ଧାରୀଙ୍କଠାରୁ ୨୭୦୦ କୋଟିରୁ ଅଧିକ କ୍ଷତିପୂରଣ ଆଦୟ କରିବାରେ ବିଳମ୍ବ ପ୍ରସଙ୍ଗ। ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ସୁପ୍ରିମକୋର୍ଟ। ଏହି କ୍ଷତିପୂରଣ ପୂର୍ବ ପରିବେଶଗତ ମଞ୍ଜୁରୀ ବିନା ବେଆଇନ ଲୁହା ଏବଂ ମାଙ୍ଗାନିଜ୍ ଖଣିଜ ଉତ୍ତୋଳନ ସହିତ ଜଡିତ। ଭାରତର ସବୁଠାରୁ ବଡ଼ ଖଣି ନିୟମ ଉଲ୍ଲଂଘନ ମଧ୍ୟରୁ ଏହା ଗୋଟିଏ।

supreme-court

supreme-court Photograph: (social media)

କନକ ବ୍ୟୁରୋ: ବେଆଇନ ଖଣି ଲିଜ୍ ଧାରୀଙ୍କଠାରୁ ୨୭୦୦ କୋଟିରୁ ଅଧିକ କ୍ଷତିପୂରଣ ଆଦୟ କରିବାରେ ବିଳମ୍ବ ପ୍ରସଙ୍ଗ। ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ସୁପ୍ରିମକୋର୍ଟ । ଏହି କ୍ଷତିପୂରଣ ପୂର୍ବ ପରିବେଶଗତ ମଞ୍ଜୁରୀ ବିନା ବେଆଇନ ଲୁହା ଏବଂ ମାଙ୍ଗାନିଜ୍ ଖଣିଜ ଉତ୍ତୋଳନ ସହିତ ଜଡିତ। ଭାରତର ସବୁଠାରୁ ବଡ଼ ଖଣି ନିୟମ ଉଲ୍ଲଂଘନ ମଧ୍ୟରୁ ଏହା ଗୋଟିଏ । ତେବେ ବିଚାରପତି ଦୀପଙ୍କର ଦତ୍ତ ଏବଂ ବିଚାରପତି ଏଜି ମାସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଓଡ଼ିଶାର କେଉଁଝର, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜ ଜିଲ୍ଲାରେ ବେଆଇନ ଖଣି କାର୍ଯ୍ୟ ସମ୍ପର୍କରେ ୨୦୧୭ରେ ସୁପ୍ରିମକୋର୍ଟଙ୍କ ଏକ ଐତିହାସିକ ରାୟ ଶୁଣାଇଥିଲେ। ଜାରି ନିର୍ଦ୍ଦେଶାବଳୀକୁ ରାଜ୍ୟ ସରକାର ସଠିକ ଭାବେ ପାଳନ କରୁଛନ୍ତି କି ନାହିଁ ତାକୁ ନେଇ ସମୀକ୍ଷା କରିବା ସହ ସରକାରଙ୍କୁ ଭର୍ସନା କରିଛନ୍ତି କୋର୍ଟ । 

ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି, ୨୪ ଘଣ୍ଟା ଧରି ଉପବାସ ରହିଥିଲେ ପ୍ରଭୁ 

  • ୨୦୧୭ରେ ବଡ଼ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ
  • ବାଧ୍ୟତାମୂଳକ ପରିବେଶଗତ ଅନୁମତି ମାନିନଥିଲେ ଖଣିମାଲିକ
  • ବେଆଇନ ଭାବେ ଖୋଳାଯାଇଥିଲା ଖଣି
  • ଅବୈଧ ଖଣି କାର୍ଯ୍ୟକଳାପ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ
  • ୩୧ ଡିସେମ୍ବର ୨୦୧୭ ସୁଦ୍ଧା କ୍ଷତିପୂରଣ ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା
  • କ୍ଷତିପୂରଣ ଆକଳନ ପରିମାଣ ୧୭ହଜାର ୫୭୬ କୋଟି ଟଙ୍କାରୁ ଅଧିକ ଥିଲା
  • ଏବେ ମଧ୍ୟ ୨୭୦୦ କୋଟି ଟଙ୍କା ଆଦାୟ ହୋଇପାରିନାହିଁ
  • ଜରିମାନା ଆଦାୟରେ ଏତେ ବିଳମ୍ବ କାହିଁକି ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ
  • ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ବିଫଳତାକୁ ତୀବ୍ର ସମାଲୋଚନା କରିଛନ୍ତି ଖଣ୍ଡପୀଠ  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe