କନକ ବ୍ୟୁରୋ: ବାବା ରାମରହିମଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ପଞ୍ଜାବ ଓ ହରିଆଣା ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଲେ ସର୍ବୋଚ୍ଚ ଅଦାଲତ। ଡେରା ସଚ୍ଚା ସୌଦ ମୁଖ୍ୟ ଗୁରୁମିତ ରାମ ରହିମଙ୍କ ବିରୋଧରେ ତଦନ୍ତ ଉପରେ ରୋକ ଲଗାଇଥିଲେ ହରିଆଣା ହାଇକୋର୍ଟ । ସୁପ୍ରିମକୋର୍ଟ ହାରକୋର୍ଟଙ୍କ ରାୟ ଉପରେ ରୋକ ଲଗାଇବା ସହ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୫ ମସିହାରେ ଶିଖ୍ ଧର୍ମ ବହି ଶ୍ରୀ ଗୁରୁ ଗ୍ରନ୍ଥ ସହିବକୁ ଅପବିତ୍ର କରିବା ମାମଲରେ ବାବା ରାମ ରହିମଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ରହିଛି । ପଞ୍ଜାବ ହାଇକୋର୍ଟ ମାମଲାର ଶୁଣାଣ କରି ରାମରହିମଙ୍କ ବିରୋଧରେ ତଦନ୍ତ ପାଇଁ ରୋକ୍ ଲଗାଇଥିଲେ । ଏହି ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ପଞ୍ଜାବ ସରକାର । ଜଷ୍ଟିସ୍ ବିଆର ଗାଭାଇ ଏବଂ କେଭି ବିଶ୍ୱନାଥନ ମାମଲାର ଣୁଣାଣି କରି ରାମରହିମଙ୍କ ବିରୋଧରେ ତଦନ୍ତ ପାଇଁ ନିର୍ଦ୍ଦଶ ଦେଇଛନ୍ତି। ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଏବେ ଜେଲରେ ଅଛନ୍ତି ରାମ ରହିମ ।
ବାବା ସଦଗୁରୁଙ୍କୁ ସୁପ୍ରମିକୋର୍ଟରୁ ଆଶ୍ୱସ୍ତି । ସଦଗୁରୁଙ୍କ ଇସା ଫାଉଣ୍ଡେସନ ବିରୋଧରେ ତଦନ୍ତ ଉପରେ ରୋକ ଲଗାଇଛନ୍ତି ସର୍ବୋଚ୍ଚ ଅଦାଲତ । ଦୁଇ ଯୁବତୀଙ୍କୁ କୋଇମ୍ବାଟୁରରେ ଥିବା ଇସା ଫାଉଣ୍ଡେସନରେ ବଳପୂର୍ବକ ଅଟକ ରଖାଯାଇଥିବା ନେଇ ତାଙ୍କ ବାପା, ମା’ ଅଭିଯୋଗ କରିଥିଲେ । ଏହି ମାମଲାରେ ତାମିଲନାଡୁ ପୁଲିସ ତଦନ୍ତ କରିବା ସହ ପଚରାଉଚରା କରିଥିଲା । ଯୁବତୀମାନେ ସେମାନ ନିଜ ଇଛାରେ ଆସିବା ସହ  ଆଶ୍ରମରେ ରହୁଥିବା କହିଥିଲେ । ଏପରିକି ସେମାନେ ସେମାନଙ୍କ ପରିବାର ଲୋକଙ୍କ ସହ ମଧ୍ୟ ଫୋନରେ କଥା ହେଉଥିଲେ । ଏସବୁ ଜଣାପଡିବା ପରେ ସୁପ୍ରିମକୋର୍ଟ ଇସା ଫାଉଣ୍ଡେସନ ବିରୋଧରେ ତଦନ୍ତରେ ରୋକ ଲଗାଇଛନ୍ତି।