ପ୍ରେମ ବିବାହ କଲେ ବୋଲି ଲଙ୍ଗଳରେ ବାନ୍ଧି ବୁଲାଇଲେ ଗାଁ ଲୋକେ

ଯୁବକ ଯୁବତୀଙ୍କୁ ଲଙ୍ଗଳରେ ଯୋଚି ଜମିରେ ଚାଷ କରାଇଛନ୍ତି ଗାଁର ଲୋକ । ପ୍ରେମ ବିବାହ କରିଥିବାରୁ ଉଭୟଙ୍କୁ ଏହିଭଳି ନିର୍ଯାତନା ଦିଆଯାଇଛି । 

54

Photograph: (kanaknews)

କନକ ବ୍ୟୁରୋ : ପ୍ରେମ ବିବାହ କଲେ ବୋଲି ନିର୍ଯାତନା । ଗାଁରେ ଦେଖିବାକୁ ମିଳିଲା କଙ୍ଗାରୁ କୋର୍ଟର ଚିତ୍ର । ବଳଦ ବଦଳରେ ପ୍ରେମୀ ଯୁଗଳଙ୍କୁ ଲଙ୍ଗଳରେ ବାନ୍ଧି ହଳ ବୁଲାଇଛନ୍ତି ଗାଁର ଲୋକ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କଞ୍ଜାମଯୋଡି ଗାଁରେ ଯୁବକ ଯୁବତୀଙ୍କୁ ଦିଆଯାଇଛି ଏହିଭଳି ନିର୍ଯାତନା । ଯୁବକ ଯୁବତୀଙ୍କୁ ଲଙ୍ଗଳରେ ଯୋଚି ଜମିରେ ଚାଷ କରାଇଛନ୍ତି ଗାଁର ଲୋକ । ପ୍ରେମ ବିବାହ କରିଥିବାରୁ ଉଭୟଙ୍କୁ ଏହିଭଳି ନିର୍ଯାତନା ଦିଆଯାଇଛି । 

ଗାଁ ଲୋକଙ୍କ କହିବା ଅନୁସାରେ ଏଠାରେ ନିଜ ସମ୍ପର୍କୀୟଙ୍କୁ ବିବାହ କରିବା ମନା । ଯଦି ଏହାକୁ କେହି ଅବମାନନା କରେ ତେବେ ତାଙ୍କୁ ଦଣ୍ଡିତ କରାଯିବ । ଜୁଆଳି କାନ୍ଧେଇଥିବା ଏହି ଦମ୍ପତି ସେହି ଅଜବ ନିୟମକୁ ମାନିନଥିଲେ । ଦୁହେଁ ପ୍ରେମ କରି ସାଥୀ ହୋଇ ରହିବାର ନିଷ୍ପତ୍ତି ନେଇଥିଲେ । ଘର ଲୋକଙ୍କ ସମ୍ମତି ନମିଳିବାରୁ ଗାଁରୁ ଫେରାର ହୋଇଯାଇଥିଲେ । ଆଉ ଧରାପଡ଼ିବା ପରେ ଗାଁ ଲୋକଙ୍କ ଉପସ୍ଥତିରେ ପ୍ରେମୀ ଯୁଗଳଙ୍କୁ ଲଙ୍ଗଳରେ ଯୋଚି ଜମିରେ ବୁଲାଇଥିଲେ ଗାଁର ଲୋକମାନେ । ଏହାପରେ ଦମ୍ପତିଙ୍କର ପତ୍ତା ମିଳୁନି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe