କନକ ବ୍ୟୁରୋ : ପ୍ରେମ ବିବାହ କଲେ ବୋଲି ନିର୍ଯାତନା । ଗାଁରେ ଦେଖିବାକୁ ମିଳିଲା କଙ୍ଗାରୁ କୋର୍ଟର ଚିତ୍ର । ବଳଦ ବଦଳରେ ପ୍ରେମୀ ଯୁଗଳଙ୍କୁ ଲଙ୍ଗଳରେ ବାନ୍ଧି ହଳ ବୁଲାଇଛନ୍ତି ଗାଁର ଲୋକ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କଞ୍ଜାମଯୋଡି ଗାଁରେ ଯୁବକ ଯୁବତୀଙ୍କୁ ଦିଆଯାଇଛି ଏହିଭଳି ନିର୍ଯାତନା । ଯୁବକ ଯୁବତୀଙ୍କୁ ଲଙ୍ଗଳରେ ଯୋଚି ଜମିରେ ଚାଷ କରାଇଛନ୍ତି ଗାଁର ଲୋକ । ପ୍ରେମ ବିବାହ କରିଥିବାରୁ ଉଭୟଙ୍କୁ ଏହିଭଳି ନିର୍ଯାତନା ଦିଆଯାଇଛି ।
ଗାଁ ଲୋକଙ୍କ କହିବା ଅନୁସାରେ ଏଠାରେ ନିଜ ସମ୍ପର୍କୀୟଙ୍କୁ ବିବାହ କରିବା ମନା । ଯଦି ଏହାକୁ କେହି ଅବମାନନା କରେ ତେବେ ତାଙ୍କୁ ଦଣ୍ଡିତ କରାଯିବ । ଜୁଆଳି କାନ୍ଧେଇଥିବା ଏହି ଦମ୍ପତି ସେହି ଅଜବ ନିୟମକୁ ମାନିନଥିଲେ । ଦୁହେଁ ପ୍ରେମ କରି ସାଥୀ ହୋଇ ରହିବାର ନିଷ୍ପତ୍ତି ନେଇଥିଲେ । ଘର ଲୋକଙ୍କ ସମ୍ମତି ନମିଳିବାରୁ ଗାଁରୁ ଫେରାର ହୋଇଯାଇଥିଲେ । ଆଉ ଧରାପଡ଼ିବା ପରେ ଗାଁ ଲୋକଙ୍କ ଉପସ୍ଥତିରେ ପ୍ରେମୀ ଯୁଗଳଙ୍କୁ ଲଙ୍ଗଳରେ ଯୋଚି ଜମିରେ ବୁଲାଇଥିଲେ ଗାଁର ଲୋକମାନେ । ଏହାପରେ ଦମ୍ପତିଙ୍କର ପତ୍ତା ମିଳୁନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/07/12/54-2025-07-12-12-18-22.jpg)