କନକ ବ୍ୟୁରୋ: ଉନ୍ନତିକରଣ ନାରେ ବର୍ତମାନର ମଣିଷ ସହରୀ ଚାକଚକ୍ୟରେ ନିଜକୁ ହଜାଇ କିଭଳି ଗଛ କାଟି ଜଙ୍ଗଳ କାଟି ପଦା କରିଦେଉଛି । ଫଳରେ ବହୁ ପରିବେଶ ନଷ୍ଟ ହେବା ସହ ତାପମାତ୍ରା ବୃଦ୍ଧି , ସ୍ୱଳ୍ପ ବୃଷ୍ଟି ଆଦି ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ହେଲେ ଲୋଇସିଙ୍ଗା କଲେଜରେ ଲାଇବ୍ରେରୀଆନ ଭାବେ କାମ କରୁଥିବା ଶିବପ୍ରଶାଦ ମିଶ୍ର ଓ ତାଙ୍କ ସ୍ତ୍ରୀ ବଲାଙ୍ଗିର ବହାରେ ଜାଗା କିଣି କରିଛନ୍ତି ସୁନ୍ଦର ବଗିଚା । ପିଜୁଳି, ଆମ୍ବ, ବରକୋଳି ତା ସହ ଗେଣ୍ଡଫୁଲ ଚାଷ କରୁଛନ୍ତି । ହାତୀ ପ୍ରଥମେ ଫସଲ ନଷ୍ଟ କରିଥିଲେ କିନ୍ତୁ ସେଥିରେ ଭାଙ୍ଗି ନ ପଡି ପୁଣି ଆରମ୍ଭ କରିଥିଲେ ଗଛ ଲଗାଇବା । ହାତୀ ପାଇଁ ସୋଲାର ଲାଇଟର ବ୍ୟବସ୍ଥା କରିଛନ୍ତି । ଏଥିରୁ ଦୁଇ ପଇସା ଭଲ ରୋଜଗାର କରୁଥିବା ବେଳେ କିଛ ଲୋକ ମଧ୍ୟ ତାଙ୍କ ସହ କାମ କରୁଛନ୍ତି ।
ଦେଓଗାଁ ନିକଟରେ ଏହି ବଗିଚା ଥିବାବେଳେ ଏଭଳି ଏକ ଶାନ୍ତ ପ୍ରଦୂଷଣ ମୁକ୍ତ ପରିବେଶ ସୃଷ୍ଟି ହୋଇଛି । ନିଜ କାମ କରିବା ସହ ପୁରା ଦିନ ଏହି ବଗିଚାରେ ସମୟ ଦେଉଛନ୍ତି । ଭଳିକଭଳି ଗଛ ଲତାରେ ପୁରିଥିବା ଏହି ବଗିଚା ଦେଖିବାକୁ ବହୁ ଲୋକଙ୍କ ଭିଡ ଲାଗିଛି । ଏପରିକି ଅନେକ ଲୋକ ମଧ୍ୟ ଏହି ଶାନ୍ତ ନିର୍ମଳ ପରିବେଶରେ କିଛି ସମୟ ବିତାଇବା ସହ କାମ କରିବାକୁ ପସନ୍ଦ କରୁଛନ୍ତି ।
ସୁନ୍ଦର ବଗିଚା ତିଆରି କରି ନିଆରା ଏକ ଉଦାହରଣ ସୃଷ୍ଟିକରିପାରିଛନ୍ତି ଏହି ପ୍ରକୃତିପ୍ରେମୀ ଦମ୍ପତ୍ତି। ପରିବେଶ ପ୍ରତି ତାଙ୍କର ଏପରି ଭଲ ପାଇବା ନେଇ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।