କନକ ବ୍ୟୁରୋ: ହୋଲିରେ ଅଘଟଣ, ଦୁର୍ଘଟଣାରେ ଚାଲିଗଲା ଦମ୍ପତିଙ୍କ ଜୀବନ । ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ ବାଇପାସ ନୂଆଗଡ ଓଭରବ୍ରିଜ ନିକଟରୁ ଏଭଳି ଦୁର୍ଘଟଣାର ଚିତ୍ର ସାମ୍ନାକୁ ଆସିଛି । ଭୁବନେଶ୍ୱରରୁ ଆସିକା ଅଭିମୁଖେ ଯାଉଥିବା ସମୟରେ ରାସ୍ତା କଡ଼ରେ ଥିବା ଖୁଣ୍ଟରେ କାରଟି ପିଟିହୋଇ ଦୁର୍ଘଟଣା ହୋଇଥିଲା । ଗୁରୁତର ଅବସ୍ଥାରେ ଦମ୍ପତିଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତକ ଆସିକା ଅଞ୍ଚଳର ଶିବରାମ ପାଢ଼ୀ ଓ ତାଙ୍କ ପତ୍ନୀ । ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Advertisment

ଏହାବ୍ୟତୀତ ଆଜି ଅନ୍ୟ ସ୍ଥାନରେ ମଧ୍ୟ ଦୁର୍ଘଟଣା ଘଟି ଜୀବନ ହାନି ହୋଇଛି । ଯାଜପୁର ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥ ଜାରକା ଶଙ୍ଖାରିଡିହ ନିକଟରେ ସଡ଼କ ଦୁର୍ଘଟଣା,  ଦୁଇଜଣ ଗୁରୁତର ଆହତ । ଟ୍ରକ୍‌କୁ ପଛପଟୁ ପିଟିଲା ବାଇକ୍ ,  ୨ ଗୁରୁତର ।  ଆହତଙ୍କୁ ପ୍ରଥମେ ଧର୍ମଶାଳା ସ୍ୱାସ୍ଥ୍ୟ କେନ୍ଦ୍ର ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।  ଦୁର୍ଘଟଣାରେ   ଦୁଇ ଜଣ ହେଲେ ବିଞ୍ଝାରପୁର  ଅଞ୍ଚଳର ବିଜୟ ବେହେରା ଓ ମାନସୀ ବେହେରା ବୋଲି ଧର୍ମଶାଳା ପୋଲିସ  ସୂଚନା ଦେଇଛି ।   ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ପହଂଚି ତଦନ୍ତ ଚଳାଇବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ, ଆଇଚର୍ ଗାଡି ଓ ବାଇକକୁ ଜବତ କରିଛି । 

ସେପଟେ ପାରାଦୀପ ଇଫକୋ ରାସ୍ତାରେ ଭୟଙ୍କର ଦୁର୍ଘଟଣା ଘଟିଥିବା ବେଳେ ,  ରାସ୍ତା କଡରେ ଯାଉଥିବା ଜଣଙ୍କ ଉପରେ ଚଢିଗଲା ହାଇଓ୍ଵା ଚଢିଯାଇଥିବା ସୂଚନା ମିଳିଛି  । ଫଳରେ ଘଟଣାସ୍ଥଳରେ ବାଟୋଇଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିନାହିଁ ।  ମୃତ୍ୟୁ ପରେ ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ଦେଖାଦେଇଛି ।  ସେହିପରି ଗଞ୍ଜାମ ବଡ଼ଗଡ଼ ଥାନା ସିଙ୍ଗିପୁର ଛକ ନିକଟରେ ମରଣାନ୍ତକ  ଦୁର୍ଘଟଣା ଘଟିଛି  ।

ଗଛରେ  କାର ପିଟିହେବା ଫଳରେ  ଚାଳକଙ୍କ  ମୃତ ହୋଇ  ଦୁଇ ଗୁରୁତର ହୋଇଛନ୍ତି । ମୃତକ ହେଲେ ବ୍ରହ୍ମପୁର ଅଂଚଳର ଦୀପକ ବେହେରା । ଗୁରୁତର ମାନେ ହେଲେ ଶଙ୍କର ମହାରଣା, ରାଜେଶ ଗୌଡ଼ । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବୁଗୁଡ଼ାରୁ ଯଂଜ୍ଞ ଦେଖି ବ୍ରହ୍ମପୁର ଫେରୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର ।