କନକ ବ୍ୟୁରୋ: କାନ୍ଥ ପଡ଼ି ଦମ୍ପତି ମୃତ, ଝିଅ ଗୁରୁତର । ବାଲେଶ୍ବର ବସ୍ତା ଥାନା ମହାଦେବ ସରାଇ ଗାଁରେ ଘରକାନ୍ଥ ପଡ଼ି ସ୍ୱାମୀ, ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ବର୍ଷର ଝିଅ ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ଝିଅକୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । 

Advertisment

ମହାଦେବସରାଇ ଗାଁର ପିଥ ମୃର୍ମୁଙ୍କ ପରିବାର ଗତକାଲି ରାତିରେ ଶୋଇଥିଲା ବେଳେ ବିଳମ୍ବିତ ରାତିରେ ହଠାତ ଘର କାନ୍ଥ ପଡ଼ିଯାଇଥିଲା । କାନ୍ଥ ତଳେ ଚାପି ହୋଇଯାଇଥିଲେ ପିଥ ମୁର୍ମୁ ଓ ତାଙ୍କ ପତ୍ନୀ ଓ ୧୨ବର୍ଷର ଝିଅ । ସକାଳୁ ଗାଁଲୋକେ ଖବର ପାଇ ସେମାନଙ୍କୁ ମାଟି ତଳୁ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ପିଥ ମୁର୍ମୁ ଓ ପତ୍ନୀ ମିନତୀ ମୁର୍ମୁକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଝିଅ  ଲକ୍ଷ୍ମୀଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି । ତେବେ ମାଟିତଳୁ ଉଦ୍ଧାର କରି ଗୁରୁତର ଦମ୍ପତି ଓ ଝିଅକୁ ବସ୍ତା ଡ଼ାକ୍ତରଖାନାକୁ ଆଣୁଥିବା ବେଳେ ରେଳବାଇ ଫାଟକ ପଡିଥିବାରୁ ପ୍ରାୟ ଅଧଘଣ୍ଟା ଧରି ଅଟକି ରହିଥିଲା  ଆମ୍ବୁଲାନ୍ସ । ଫଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।