ଟ୍ରେନ୍‌ ଧକ୍କାରେ ଦମ୍ପତ୍ତି ମୃତ । ଗାଁ ଗାଁ ବୁଲି ବ୍ୟବସାୟ କରୁଥିଲେ ସ୍ବାମୀ-ସ୍ତ୍ରୀ

Advertisment

କୋରାପୁଟ ଲକ୍ଷ୍ମୀପୁରରେ ଅଘଟଣ । ଭୂଇଁପାଟଣା ଗାଁ ନିକଟରେ ରେଳଧାରଣା ପାର୍‌ ହେବାବେଳେ ଟ୍ରେନ୍‌ ଧକ୍କାରେ ଦମ୍ପତ୍ତି ମୃତ । ଗାଁ ଗାଁ ବୁଲି ବ୍ୟବସାୟ କରୁଥିଲେ ସ୍ବାମୀ, ସ୍ତ୍ରୀ ।

କୋରାପୁଟ ଲକ୍ଷ୍ମୀପୁରରେ ଅଘଟଣ । ଭୂଇଁପାଟଣା ଗାଁ ନିକଟରେ ରେଳଧାରଣା ପାର୍‌ ହେବାବେଳେ ଟ୍ରେନ୍‌ ଧକ୍କାରେ ଦମ୍ପତ୍ତି ମୃତ । ଗାଁ ଗାଁ ବୁଲି ବ୍ୟବସାୟ କରୁଥିଲେ ସ୍ବାମୀ, ସ୍ତ୍ରୀ ।

ACCIDENT DEATH

କନକ ବ୍ୟୁରୋ: ଟ୍ରେନ ଦୁର୍ଘଟଣାରେ ସ୍ବାମୀ-ସ୍ତ୍ରୀ ମୃତ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେଲୱେ ଷ୍ଟେସନ ଠାରୁ ୩ କିଲୋମିଟର ଦୂର ଭୂଇଁପାଟଣା ଗାଁ ନିକଟରେ ଏଭଳି ଅଘଟଣ ଘଟିଛି । କୋରାପୁଟ-ବିଶାଖାପାଟଣା ଡ଼ିଏମୟୁ ଟ୍ରେନ ଧକ୍କା ଦେବାରୁ ଦୂଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବୁର୍ଜା ଗାଁର ବୁରୁସ ଖରା ଓ ଯମୁନା ଖରା । ଉଭୟ ଗାଁ ଗାଁ ବୁଲି ବ୍ୟବସାୟ କରୁଥିଲେ । ଆଜି ସକାଳୁ ଦୁହେଁ ଭୂଇଁ ପାଟଣା ଗାଁରେ ପହଂଚି ବ୍ୟବସାୟ ସାରି ଫେରୁଥିବା ବେଳେ ବାଟରେ ପଡୁଥିବା ରେଳ ଲାଇନ ପାର ହେଉଥିଲେ ।

ଘଟଣା ସ୍ଥଳରେ ଦୁଇଟି ଟ୍ରାକ ରହିଥିବା ବେଳେ ଉଭୟ ଟ୍ରାକରେ ଦମ୍ପତି ପାର ହେବା ସମୟରେ ଦୁଇଟି ଟ୍ରେନ ଦୂଇ ପଟେ ଆସୁଥିଲା । ଉପାୟ ଶୂନ୍ୟ ହୋଇ କେଉଁଆଡେ ଯାଇନପାରିବାରୁ ଡ଼ିଏମୟୁ ଟ୍ରେନରେ ଉଭୟ ଧକ୍କା ହୋଇଥିଲେ । ଘଟଣା ସ୍ଥଳରେ ଲକ୍ଷ୍ମୀପୁର ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଭୂଇଁ ପାଟଣା ନିକଟରେ ବ୍ରିଜ କିମ୍ବା ତୁରନ୍ତ ତାର ବାଡ଼ କରିବା ପାଇଁ ଦାବି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe