କନକ ବ୍ୟୁରୋ: ଟ୍ରେନ ଦୁର୍ଘଟଣାରେ ସ୍ବାମୀ-ସ୍ତ୍ରୀ ମୃତ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେଲୱେ ଷ୍ଟେସନ ଠାରୁ ୩ କିଲୋମିଟର ଦୂର ଭୂଇଁପାଟଣା ଗାଁ ନିକଟରେ ଏଭଳି ଅଘଟଣ ଘଟିଛି । କୋରାପୁଟ-ବିଶାଖାପାଟଣା ଡ଼ିଏମୟୁ ଟ୍ରେନ ଧକ୍କା ଦେବାରୁ ଦୂଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବୁର୍ଜା ଗାଁର ବୁରୁସ ଖରା ଓ ଯମୁନା ଖରା । ଉଭୟ ଗାଁ ଗାଁ ବୁଲି ବ୍ୟବସାୟ କରୁଥିଲେ । ଆଜି ସକାଳୁ ଦୁହେଁ ଭୂଇଁ ପାଟଣା ଗାଁରେ ପହଂଚି ବ୍ୟବସାୟ ସାରି ଫେରୁଥିବା ବେଳେ ବାଟରେ ପଡୁଥିବା ରେଳ ଲାଇନ ପାର ହେଉଥିଲେ ।
ଘଟଣା ସ୍ଥଳରେ ଦୁଇଟି ଟ୍ରାକ ରହିଥିବା ବେଳେ ଉଭୟ ଟ୍ରାକରେ ଦମ୍ପତି ପାର ହେବା ସମୟରେ ଦୁଇଟି ଟ୍ରେନ ଦୂଇ ପଟେ ଆସୁଥିଲା । ଉପାୟ ଶୂନ୍ୟ ହୋଇ କେଉଁଆଡେ ଯାଇନପାରିବାରୁ ଡ଼ିଏମୟୁ ଟ୍ରେନରେ ଉଭୟ ଧକ୍କା ହୋଇଥିଲେ । ଘଟଣା ସ୍ଥଳରେ ଲକ୍ଷ୍ମୀପୁର ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଭୂଇଁ ପାଟଣା ନିକଟରେ ବ୍ରିଜ କିମ୍ବା ତୁରନ୍ତ ତାର ବାଡ଼ କରିବା ପାଇଁ ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/20/CMRo0h4skRc2453HnNpe.jpg)