କନକ ବ୍ୟୁରୋ: ନୂଆପଡ଼ାରେ ଅଘଟଣ । ରୋଷେଇ ଘରେ ନିଆଁ ଲାଗି ଜଳିଗଲେ ସ୍ବାମୀ-ସ୍ତ୍ରୀ । ଅଳ୍ପକେ ବର୍ତ୍ତିଗଲା ୯ ମାସର ଶିଶୁ । ନୁଆପଡ଼ା ତୁକଲା ଗାଁରେ ଘଟିଛି ଏଭଳି ଅଘଟଣ । ଦମ୍ପତିଙ୍କ ଦେହ ୫୦ରୁ ୬୦% ପୋଡ଼ିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଖଡ଼ିଆଳ ଉପଖଣ୍ଡ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରଛନ୍ତି । ମୃତକ ହେଲେ ୨୭ ବର୍ଷୀୟ ରାଜେଶ ପଟେଲ ଓ ୨୫ ବର୍ଷୀୟା ରୀମା ପଟେଲ । ତେବେ କେମିତି ନିଆଁ ଲାଗିଲା କାରଣ ଜଣାପଡ଼ିନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
ସେପଟେ ବରଗଡ଼ରେ ସ୍ବାମୀ, ସ୍ତ୍ରୀଙ୍କୁ ଦଳିଦେଲା ହାତୀ । ରାତିରେ ଫସଲ ଜଗିଥିବା ବେଳେ ଦନ୍ତାହାତୀ ଆକ୍ରମଣରେ ଦମ୍ପତିଙ୍କର ମୃତ୍ୟୁ ହୋଇଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଧାନ୍ଦୁପାଲି ଗାଁରେ ଏଭଳି ଅଘଟଣ ଘଟିଛି । ଗାଁର ବଳରାମ ରଣା ଓ ଶଶୀ ରଣା ତାଙ୍କ ବିଲରେ ପରିବା ଚାଷ କରିଥିଲେ । ସବୁଦିନପରି ଗତକାଲି ରାତିରେ ଉଭୟ ସ୍ବାମୀ-ସ୍ତ୍ରୀ ଫସଲ ଜଗିଥିଲେ । ହେଲେ ଆଜି ସକାଳୁ ତାଙ୍କ ପରିବାର ଲୋକ ବିଲକୁ ଯାଇଥିବା ବେଳେ ଉଭୟଙ୍କୁ ହାତୀ ଆକ୍ରମଣ କରି ମାରିଦେଇଥିବା ଦେଖିବାକୁ ମିଳିଥିଲା ।