କନକ ବ୍ୟୁରୋ:  ଋଣ କରାଇ ଦେବା ନାଁରେ ଠକେଇ  ।  ପାରଳାଖେମୁଣ୍ଡି ଦୋଳଟାଙ୍କି ରୋଡ୍‌ର ଉଦୟନାଥ ସାହୁ ଓ ତାଙ୍କ ସ୍ତ୍ରୀ ଝିଲି ସାହୁଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି। ଠକେଇରେ  ତାଙ୍କ ପୁଅ ଦିନେଶ ଓ ଝିଅ ଖୁସି ସମ୍ପୃକ୍ତ ଅଛନ୍ତି । ୠଣ କରାଇ ଦେବାରେ ସହାୟତା କରିବା ପାଇଁ କହି ୩୦ କୋଟିରୁ ଅଧିକ ଟଙ୍କା ଓ ସୁନା ଅଳଙ୍କାର ଠକି ନେଇଥିବା ଅଭିଯୋଗ ହୋଇଛି। 

Advertisment

ଉଦୟନାଥ ଓ ତାଙ୍କ ସ୍ତ୍ରୀ ଝିଲି ଏକ ପ୍ରାଇଭେଟ୍ ଲୋନ ସେଣ୍ଟର ଖୋଲିଥିଲେ। ଏକାଧିକ ସ୍ବୟଂ ସହାୟିକା ଗୋଷ୍ଠୀ ଓ ଲୋକଙ୍କ ନାଁରେ ପର୍ସନାଲ ଋଣ କରି  ଟଙ୍କା ଉଠାଇନେଇଛନ୍ତି। ଅନେକଙ୍କଠାରୁ କୋଟିକୋଟି ଟଙ୍କାର ସୁନା ଗହଣା ନେଇ ଯାଇଥିବା ଅଭିଯୋଗ ହୋଇଛି । ୪ ମାସ ହେଲାଣି ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଅଭିଯୋଗ ସତ୍ତ୍ବେ ପୁଲିସ୍‌ ତତ୍ପରତା ଦେଖାଉନଥିବା ଅଭିଯୋଗ ହୋଇଛି। ତେବେ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସପି ପ୍ରତିଶ୍ରୁତି ଦେଇଛନ୍ତି । 

ଅଭିଯୁକ୍ତ ଉଦୟନାଥ, ତାଙ୍କ ସ୍ତ୍ରୀ ଓ ଦୁଇପିଲା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ସ୍ବାମୀ ସ୍ତ୍ରୀଙ୍କ ଆଗୁଆ ଜାମିନ ଆବେଦନ ନାମଞ୍ଜୁର ହୋଇଛି । ତଦନ୍ତରେ ସହଯୋଗ କରିବା ସର୍ତ୍ତରେ ଦୁଇ ପିଲା ଦିନେଶ ଓ ଖୁସିଙ୍କୁ ହାଇକୋର୍ଟ ଜାମିନ ଦେଇଛନ୍ତି ।