କନକ ବ୍ୟୁରୋ: ଗାଁ ଦାଣ୍ଡରେ ଯୁବକଙ୍କୁ ଅଧା ଲଣ୍ଡା କରି ବୁଲାଇଲେ ଆଉ ଆଣ୍ଠେଇ ଆଣ୍ଠେଇ ଗାଁ ବୁଲାଇଲେ । ଘାସ ଖୁଆଇବା ସହିତ ନର୍ଦ୍ଦମା ପାଣି ମଧ୍ୟ ପିଆଇଲେ । ଗଞ୍ଜାମ ଧରାକୋଟରେ ଘଟିଥିବା କଙ୍ଗାରୁ କୋର୍ଟର ଏ କରୁଣ ପରିଣତି ପରେ ଏହାକୁ ନେଇ ଏବେ ତେଜିଛି ରାଜନୀତି । ଖୋଦ୍ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏ ବିଷୟରେ ବିଜେପି ସରକାରକୁ ଟାର୍ଗେଟ୍ କରିବା ଦେଶ ସମ୍ବିଧାନରେ ଚାଲିବ ମନୁସ୍ମୃତିରେ ନୁହେଁ ବୋଲି ସିଧା ସିଧା କହିଛନ୍ତି ।
ରାହୁଲ ଗାନ୍ଧୀ ସୋସିଆଲ୍ ମିଡିଆରେ ଏହି ଘଟଣା ସମ୍ପର୍କରେ ପୋଷ୍ଟ ସେୟାର୍ କରି ଲେଖିଛନ୍ତି, ଓଡ଼ିଶାରେ ଦୁଇ ଦଳିତ ଯୁବକଙ୍କୁ ଆଣ୍ଠୁରେ ଚଲାଯିବା ସହିତ ଘାସ ଖୁଆଇବା ଘଟଣା ଅମାନବୀୟ ଅଟେ । ଯେଉଁମାନେ ଜାତି ଏବେ ମୁଦ୍ଦା ନୁହେଁ ବୋଲି କହୁଛନ୍ତି, ସେମାନଙ୍କ ପାଇଁ ଏ ଘଟଣା ଆଇନା ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ତା ସହିତ ଏ ଦେଶ ସମ୍ବିଧାନ ଦ୍ୱାରା ଚାଲିବ, ମନୁସ୍ମୃତିରେ ନୁହେଁ ବୋଲି କହିଛନ୍ତି କଂଗ୍ରେସର ସାଂସଦ ।
ओडिशा में दो दलित युवकों को घुटनों पर चलने, घास खाने और गंदा पानी पीने पर मजबूर करना सिर्फ़ अमानवीय नहीं, बल्कि मनुवादी सोच की बर्बरता है।
— Rahul Gandhi (@RahulGandhi) June 23, 2025
ये घटना उन लोगों के लिए आईना है जो कहते हैं कि जाति अब मुद्दा नहीं रही।
दलितों की गरिमा को रौंदने वाली हर घटना, बाबा साहेब के संविधान पर…
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗଞ୍ଜାମ ଧରାକୋଟର ଏହି ଘଟଣାକୁ ନେଇ ଟାର୍ଗେଟ୍ କରିବା ସହିତ ବିଜେପି ଶାସିତ ରାଜ୍ୟରେ ଏମିତି ଘଟଣା ଏବେ ସାଧାରଣ କଥାରେ ପରିଣତ ହେଲାଣି ବୋଲି କହିଛନ୍ତି । ବିଶେଷକରି ଓଡ଼ିଶାରେ ଏସସି, ଏସଟି ଏବଂ ମହିଳାଙ୍କ ବିରୋଧରେ ବଢୁଥିବା ଅତ୍ୟାଚାର ଚିନ୍ତାଜନକ ବୋଲି କହିଛନ୍ତି ରାହୁଲ । ଏହାସହ ଏହି ଘଟଣାରେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ରାହୁଲ ଦାବି କରିଛନ୍ତି ।
ଏହା ପୂର୍ବରୁ ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ ମଧ୍ୟ ବିଜେପି ସରକାରକୁ ଟାର୍ଗେଟ୍ କରିଥିଲା କଂଗ୍ରେସ । ଦିଲ୍ଲୀରେ ଓଡ଼ିଶାର ନେତାଙ୍କୁ ନେଇ କଂଗ୍ରେସ ପ୍ରେସମିଟ୍ କରିବା ସହିତ ମୋହନ ସରକାର ଉପରେ ବର୍ଷିଥିଲା । ଖାସ୍ କରି ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏ ଗଣଦୁଷ୍କର୍ମ ଘଟଣାରେ ସରକାରକୁ କାଠଗଡ଼ାକୁ ଟାଣିଥିଲେ । ଆଉ ଏବେ ଧରାକୋଟ ଘଟଣାରେ ପୁଣି ବିଜେପି ସରକାରକୁ ଟାର୍ଗେଟ୍ କରିଛନ୍ତି ସାଂସଦ ରାହୁଲ ଗାନ୍ଧୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/06/24/rahul-gandhi-2025-06-24-11-37-00.webp)