ପାକିସ୍ତାନକୁ ଭାରି ପଡିଲା କାଶ୍ମୀର ବିରୋଧୀ ମନ୍ତବ୍ୟ । ଜାତିସଂଘ ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଭାବିକା ମଙ୍ଗଲାନନ୍ଦନଙ୍କ ଟାର୍ଗେଟ୍

Advertisment
rstgff


କନକ ବ୍ୟୂରୋ : ଜାତିସଂଘ ସାଧାରଣ ପରିଷଦ ବୈଠକରେ ପୁଣି ପଦାରେ ପଡ଼ିଲା ପାକିସ୍ତାନର ଦୋମୁହାଁ ନୀତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫଙ୍କୁ ଭାରି ପଡ଼ିଛି କାଶ୍ମୀର ବିରୋଧୀ ବୟାନ । ସରିଫଙ୍କ ମିଛ ଉପରୁ ପରଦା ହଟାଇବା ସହ କଡ଼ା ଜବାବ ଦେଇଛି ଭାରତ । କାଶ୍ମୀରରେ ଭାରତ ଏକତରଫା ମନମାନି ଚଳାଇଥିବା ୟୁଏନଜିଏରେ ମିଛ ଅଭିଯୋଗ ଆଣିଥିଲେ ସରିଫ । ଏହାସହ କାଶ୍ମୀରକୁ ପାଲେଷ୍ଟାନ ସହ ତୁଳନା କରିଥିଲେ ।  ଯାହାପରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଆଇନା ଦେଖାଇଛନ୍ତି ଭାରତର କୁଟନୀତିଜ୍ଞ ଭାବିକା ମଙ୍ଗଲାନନ୍ଦନ । ଆତଙ୍କୀଙ୍କୁ ପ୍ରସୟ ଦେଉଥିବା ଦେଶ, କାଶ୍ମୀରକୁ ପାଲେଷ୍ଟାଇନ ସହ ତୁଳନା କରିବା ହାସ୍ୟାସ୍ପଦ ବୋଲି ସେ କହିଛନ୍ତି । ଏହାସହ ଜାତିସଂଘ ମହାସଭାରେ ପାକିସ୍ତାନ ଆତଙ୍କୀ ଇତିହାସର ଚିଠା ଖୋଲି ଦେଇଛନ୍ତି । 

ପାକିସ୍ତାନର ମୁଖା ଖୋଲାଲା ଭାରତ 
ଭାରତର ପାର୍ଲାମେଣ୍ଟ ଉପରେ ଆକ୍ରମଣ କରିଥିଲେ ପାକିସ୍ତାନୀ ଆତଙ୍କବାଦୀ
ମୁମ୍ବାଇ ତାଜ ହୋଟେଲ ଆକ୍ରମଣ ପଛରେ ମଧ୍ୟ ପାକିସ୍ତାନର ହାତ
ସୀମାପାର ଆତଙ୍କବାଦକୁ ପ୍ରସୟ ଦେଉଛି ପାକିସ୍ତାନ
ଜମ୍ମୁ କାଶ୍ମୀର ନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି ପାକିସ୍ତାନ
୧୯୭୧ରେ ନରସଂହାର କରିଥିଲା ଏହି ଦେଶ
ପାକିସ୍ତାନରେ ସୁରକ୍ଷିତ ନୁହନ୍ତି ସଂଖ୍ୟା ଲଘୁ 
ବିଶ୍ବର ସର୍ବବୃହତ୍ତ ଗଣତନ୍ତ୍ର ଉପରେ ପ୍ରଶ୍ନ କରିବାକୁ କେଉଁଠୁ ମିଳୁଛି ସାହାସ ?
ସେହବାଜ ସରିଫଙ୍କୁ ଆଇନା ଦେଖାଇଲେ ଭାବିକା ମଙ୍ଗଲାନନ୍ଦନ

ବାରମ୍ବାର ଅପମାନିତ ହେବା ପରେ ବି ସୁଧୁରୁନି ପାକିସ୍ତାନ । ପୂର୍ବରୁ ଅନେକ ଥର ପାକିସ୍ତାନ ଏଭଳି କରିଥିବା ବେଳେ ଭାରତ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି । ଏଥର କିନ୍ତୁ ଜାତିସଂଘ ସାଧାରଣ ସଭାରେ ଏକଘରିକିଆ ହୋଇଯାଇଛି ପାକିସ୍ତାନ । ପୂର୍ବରୁ କାଶ୍ମୀର ପ୍ରସଙ୍ଗରେ ତୁର୍କୀ ପାକିସ୍ତାନର ସମର୍ଥନ କରୁଥିଲା । ଏବେ କିନ୍ତୁ ତୁର୍କୀ ଏହି ପ୍ରସଙ୍ଗରେ ପାକିସ୍ତାନର ହାତ ଛାଡ଼ି ଦେଇଛି । ତୁର୍କୀ ପକ୍ଷରୁ କାଶ୍ମୀର ପ୍ରସଙ୍ଗରେ କୌଣସି ବୟାନ ଦିଆଯାଇ ନଥିବାରୁ ଜାତିସଂଘରେ ଏକୁଟିଆ ହୋଇଯାଇଛି ପାକିସ୍ତାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe