କୋରାପୁଟ ବୈପାରୀଗୁଡ଼ାରେ ଦେଶୀ ମଦ ଭାଟିରେ ଚଢ଼ାଉ : ଜବତ ହେଲା ୨ଶହ ଲିଟର ଦେଶୀ ମଦ

ମାଟି ତଳେ ରଖାଯାଇଥିଲା ରନ୍ଧା ମଦ। ପୋଲ ତଳେ ଏବଂ ଗାତ ଖୋଳି ମାଟି ଭିତରେ ରଖାଯାଇଥିଲା ଦେଶୀ ମଦ, ଜବତ କଲା ଅବକାରୀ ବିଭାଗ । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାରେ ଅବକାରୀ ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି

MATI

Photograph: (KanakNews )

କନକବ୍ୟୁରୋ : ମାଟି ତଳେ ରଖାଯାଇଥିଲା ରନ୍ଧା ମଦ। ପୋଲ ତଳେ ଏବଂ ଗାତ ଖୋଳି ମାଟି ଭିତରେ ରଖାଯାଇଥିଲା ଦେଶୀ ମଦ, ଜବତ କଲା ଅବକାରୀ ବିଭାଗ । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାରେ ଅବକାରୀ ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି । ବେଆଇନ ଭାବେ ରନ୍ଧା ଯାଇଥିବା ୫ ହଜାର ୫୦୦ ଲିଟର ମହୁଲ ପୋଚ ଏବଂ ୨୦୦ ଲିଟର ଦେଶୀ ମଦ ଜବତ ହୋଇଛି । ବୈପାରିଗୁଡା ଅବକାରୀ ଥାନା ଲିମା ଗାଁରେ ଚଢ଼ାଉ ହୋଇଥିଲା । ତେବେ ଚଢାଉ ସମୟରେ ଅବକାରୀ ପୋଲିସକୁ ଦେଖି ମଦ ବ୍ୟବସାୟୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe