Photograph: (kanak news)
କନକ ବ୍ୟୁରୋ: ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ଗଣଧାରଣା । କଟକ ଜିଲ୍ଲା ସାଲେପୁର ସିଏଚ୍ସି ଓ ପିଏଚ୍ସି ମାନଙ୍କରେ ରୋଗୀ ସେବା ପାଇଁ ଆବଶ୍ୟକ ସମସ୍ତ ଡାକ୍ତରଙ୍କ ସ୍ଥାୟୀ ନିଯୁକ୍ତି ଦାବିରେ ସାଲେପୁର ସହରାଞ୍ଚଳ ବିକାଶ ପରିଷଦ ପକ୍ଷରୁ ଗଣଧାରଣା ଦିଆଯାଇଛି । ସାଲେପୁର ମେଡିକାଲ ଉପରେ କିଶନନଗର, ନିଶ୍ଚିନ୍ତକୋଇଲି ଓ ମାହାଙ୍ଗାର ହଜାର ହଜାର ରୋଗୀ ନିର୍ଭର କରିଥାନ୍ତି । ହେଲେ ମେଡିକାଲରେ ୨୨ ଜଣ ଡାକ୍ତର ବଦଳରେ ମାତ୍ର ୪ଜଣ ଡାକ୍ତର ଅଛନ୍ତି । ସାଲେପୁର ମେଡିକାଲ ଅଧୀନରେ ଥିବା ଉପକେନ୍ଦ୍ର ମାନଙ୍କରେ ବି ଡାକ୍ତର ନାହାନ୍ତି । ଫାର୍ମାସିଷ୍ଟଙ୍କ ଭରସାରେ ରୋଗୀସେବା ଚାଲିଛି । ଅନ୍ୟପଟେ ସାଲେପୁର ମେଡିକାଲରେ ରୋଗୀସେବା ପାଇଁ ଅଭିଜ୍ଞ ଟେକ୍ନିସିଆନ ନଥିବାରୁ ଯନ୍ତ୍ରପାତି ଖତ ଖାଉଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ।
Follow Us