କନକ ବ୍ୟୁରୋ : ଆଗାମି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୫ ପାଇଁ ଖେଳାଳି ନିଲାମୀ  ନଭେମ୍ବର ୨୪ ଓ ୨୫ରେ ସାଉଦି ଆରବର ଜେଦାହଠାରେ ହେବ । ଏଥିପାଇଁ ୫୭୪ ଜଣିଆ ଖେଳାଳି ତାଲିକା ପ୍ରକାଶ ପାଇଛି। ଏଥିରେ ରିଷଭ ପନ୍ତ, ଶ୍ରେୟସ ଆୟର, ଲୋକେଶ ରାହୁଲ ଓ ଅର୍ଶଦୀପ ସିଂଙ୍କ ଚାହିଦା ରହିବ ବୋଲି ଆଶା କରାଯାଉଛି। ଏଥର ପଞ୍ଜାବ ପାଖରେ ସର୍ବାଧିକ ୧୧୦କୋଟି ଟଙ୍କା ରହିଛି।

Advertisment

 ଆଇପିଏଲ ୨୦୨୫ ନିଲାମୀ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଆସନ୍ତା ନଭେମ୍ବର ୨୪-୨୫ ତାରିଖରେ ସାଉଦି ଆରବରେ ଆଇପିଏଲ ମେଗା ଅକ୍ସନ ହେବ । ଏଥର ନିଲାମି ପାଇଁ ମୋଟ ୧୫୭୪ ଜଣ ପଞ୍ଜିକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅକ୍ସନ ପାଇଁ ମଧ୍ୟରୁ ୫୭୪ ଜଣ ଖେଳାଳୀଙ୍କୁ ଚୟନ କରାଯାଇଛି ।  ୫୪୭ ଖେଳାଳୀଙ୍କ ମଧ୍ୟରୁ ୩୬୬ ଜଣ ଭାରତୀୟ ଏବଂ ୨୦୮ ଜଣ ବିଦେଶୀ ଖେଳାଳୀ ଅଛନ୍ତି । ନିଲାମି ପାଇଁ ସର୍ବଧିକ ବେସ ପ୍ରାଇସ୍ ୨କୋଟି ଥିବା ବେଳେ ସର୍ବନିମ୍ବ ୩୦ ଲକ୍ଷ ରହିଛି ।

ବେସ ପ୍ରାଇସ୍     ଖେଳାଳୀ
୨କୋଟି          ୮୧ ଜଣ
୧.୫୦କୋଟି    ୨୭ ଜଣ
୧.୨୫କୋଟି    ୧୮ ଜଣ
୧ କୋଟି        ୨୩ ଜଣ
୭୫ ଲକ୍ଷ        ୯୨ ଜଣ
 
ଏଥର ନିଲାମିରେ ବହୁ ବଡ ବଡ ଖେଳାଳି ରହିଥିଲେ ମଧ୍ୟରେ ଚର୍ଚ୍ଚାରେ ଅଛନ୍ତି ଭାରତୀୟ ଖେଳାଳି । ବିଶେଷକରି କୋଲକାତା ନାଇଡ ରାଇଡର୍ସର କ୍ୟାପଟେନ ଶ୍ରେୟସ ଆୟର, ଦିଲ୍ଲୀର କ୍ୟାପଟେନ ରିଷବ ପନ୍ତ ଏବଂ  ଲକ୍ଷ୍ମୌ ସୁପର ଜାଏଣ୍ଟର କ୍ୟାପଟେନ ଲୋକେଶ ରାହୁଲଙ୍କ ଉପରେ ସମସ୍ତଙ୍କର ନଜର ରହିଛି । ଏମାନଙ୍କର ବେସ ପ୍ରାଇସ୍ ୨କୋଟି ରହିଛି । ୨ କୋଟି ତାଲିକାରେ ଇଂଲଣ୍ଡର ଜସ୍ ବଟଲର, ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ, ଦକ୍ଷିଣ ଆଫ୍ରିକାର କାଗିସୋ ରାବଡା ଓ ଡେଭିଡ ମିଲର, ଅସଦୀପ ସିଂ ପ୍ରମୁଖ ଅଛନ୍ତି । ବଡ଼ କଥା ହେଉଛି ଏଥର ନିଲାମିରେ  ସବୁଠୁ ସାନ ୧୩ ବର୍ଷିୟ କରାଯରାଇଛି । ନିଲାମି ପୂର୍ବରୁ କେଉଁ ଦଳକୁ କିଏ ଯିବେ ତାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଚ୍ଚର୍ଚା ଆରମ୍ଭ ହୋଇଯାଇଛି । 
   
ନିଲାମି ପାଇଁ ଫ୍ରାଞ୍ଚାଇଜମାନେ ଅଙ୍କ କସିବା ଆରମ୍ଭ କରିଦେଇଛନ୍ତି। କେଉଁ ଖେଳାଳୀଙ୍କୁ ଆଣିଲେ ଦଳ ସଦୃଢ ହେବ ତାହା ଉପରେ ବିଚାରବିମଷ ଚାଲିଛି। ହେଲେ ଖେଳାଳୀ କିଣିବା ପାଇଁ ୧୦ ଫାଞ୍ଚାଇଜ୍ ମଧ୍ୟରୁ କାହା ପାଖରେ କେତେ ଟଙ୍କା ଅଛି ଆସନ୍ତୁ ଦେଖିବା।
  ଦଳ                   ବଳକା ଟଙ୍କା      ରିଟେନ ପାଇଁ ଟଙ୍କା
ପଞ୍ଜାବ କିଙ୍ଗସ୍          ୧୧୦କୋଟି           ୯.୫କୋଟି
ଆରସିବି             ୮୩କୋଟି          ୩୭କୋଟି
ଦିଲ୍ଲୀ କ୍ୟାପିଟାଲ୍ସ        ୭୩କୋଟି        ୬୫କୋଟି
ଏଲଏସଜି           ୬୯କୋଟି        ୫୧କୋଟି
ଗୁଜରାଟ ଟାଇଟନ୍ସ      ୬୯କୋଟି         ୫୧କୋଟି
ସିଏସକେ                ୫୫କୋଟି            ୬୫କୋଟି
କେକେଆର            ୫୧କୋଟି            ୬୯କୋଟି
ହାଇଦ୍ରାବାଦ          ୪୫କୋଟି           ୭୫କୋଟି
ମୁମ୍ବାଇ ଇଣ୍ଡିଆନ୍ସ        ୪୫ କୋଟି        ୪୫କୋଟି
ରାଜସ୍ଥାନ ରୟାଲ୍ସ      ୪୧କୋଟି    ୭୯କୋଟି

ପଞ୍ଚାବ, ଆରସିବି, ଦିଲ୍ଲୀ ପାଖରେ ଟଙ୍କା ଅଧିକ ଥିବାରୁ ଏଥର ନିଲାମିରେ ଏହି ଦଳମାନଙ୍କ ଦବଦବା ଅଧିକ ରହିବ।