କନକ ବ୍ୟୁରୋ: ସୁନୀତା ୱିଲିୟମ୍‌ସଙ୍କୁ ମହାକାଶରୁ ଫେରାଇ ଆଣିବା ପାଇଁ ଆରମ୍ଭ ହେଲା କ୍ରୁ-୯ ଅଭିଯାନ। ଦୀର୍ଘ ଦିନ ଧରି ଫସି ରହିଥିବା ମହାକାଶଚାରୀ ସୁନୀତାଙ୍କୁ ଫେରାଇ ଆଣିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି। ଫ୍ଲୋରିଡାର କେପ୍ କାନାଭେରାଲ ସ୍ପେସ୍ ସେଣ୍ଟରରୁ ରାତି ୧୦ଟା ୪୬ ମିନିଟ୍‌ରେ ନାସାରା କ୍ରୁ-୯ ସଫଳତାର ସହ ଉତ୍‌କ୍ଷେପଣ ହୋଇଛି। ସୁନୀତାଙ୍କ ମୂଳ ମହାକାଶଯାନ ବୋଇଂ ଷ୍ଟାରଲାଇନ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଫଳରେ ୨୦୨୪ରୁ ଜୁନ୍‌ ୬ରୁ ସୁନୀତା ଓ ତାଙ୍କ ସହଯୋଗୀ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଫସିରହିଛନ୍ତି। 

Advertisment

- କ୍ରୁ-୯ ମିସନରେ ନାସା ମହାକାଶଚାରୀ ନିକ୍ ହେଗ୍ ଏବଂ ରୁଷର ମହାକାଶଚାରୀ ଆଲେକ୍‌ଜାଣ୍ଡାର ଗୋର୍ବୁନୋଭ ଯାଇଛନ୍ତି
- ଆରଏସ୍‌ଏସ୍‌ରେ ପହଞ୍ଚି ସୁନୀତା ଓ ବ୍ୟାରିଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ତ୍ୱରାନ୍ୱିତ କରିବେ
- ଉତକ୍ଷେପଣ ହୋଇଥିବା ମହାକାଶ ଯାନରେ ୪ ଜଣଙ୍କ ପରିବର୍ତ୍ତେ ମାତ୍ର ୨ ଜଣ କ୍ରୁ ମେମ୍ବର ରହିଛନ୍ତି
- ବାକି ସିଟ୍ ୱିଲିୟମ୍ସ ଏବଂ ୱିଲମୋରଙ୍କ ପ୍ରତ୍ୟାବର୍ତ୍ତନ ଯାତ୍ରା ପାଇଁ ରଖାଯାଇଛି
- ଆଜି କ୍ରୁ ଡ୍ରାଗନ୍ ମହାକାଶଯାନ  ଆରଏସ୍‌ଏସ୍‌ରେ ଅବତରଣ କରିବ
- ଷ୍ଟାରଲାଇନର୍ କ୍ୟାପସୁଲରେ ବୈଷୟିକ ସମସ୍ୟା ପାଇଁ ଏକାଧିକ ଥର ହିଲୟମ୍ ଲିକ୍ ହୋଇଥିଲା
- ଫଳରେ ସୁନୀତା ଏବଂ ୱିଲମୋର ଫେରି ପାରିନାହାନ୍ତି
- କ୍ରୁ- ୯ ଆସିବା ପୂର୍ବରୁ କୌଣସି ଜରୁରୀ ପରିସ୍ଥିତି ସୃଷ୍ଟି ହେଲେ କ୍ରୁ-୮ କ୍ରାଡଗ୍ କ୍ୟାପସୁଲ ବ୍ୟବହାର କରାଯିବ