କନକ ବ୍ୟୁରୋ: ଓଡିଶା ମୁହାଁ ହେଲେଣି ଦେଶ ବିଦେଶର ଶିଳ୍ପପତି । ଉତ୍କର୍ଷ ଓଡିଶା ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ । ଓଡ଼ିଶା ହେବ ପୁଞ୍ଜିନିବେଶର ପେଣ୍ଠସ୍ଥଳୀ । ଏଥିପାଇଁ ପ୍ରସ୍ତୁତ ହୋଇଗଲାଣି ଭୁବନେଶ୍ବରର ଜନତା ମୈଦାନ। ଆସନ୍ତାକାଲିଠାରୁ ଦୁଇଦିନ ଧରି ଚାଲିବ ମେଗା ଇଭେଣ୍ଟ । ବଡ ବଡ ଶିଳ୍ପପତି ଇଭେଣ୍ଟରେ ସାମିଲ ହୋଇ ଓଡିଶାରେ ପୁଞ୍ଜିନିବେଶ ପାଇଁ ବଡ ଘୋଷଣା କରିବେ ।
- ସେମିକଣ୍ଡକ୍ଟୃର, ଗ୍ରୀନ ଏନର୍ଜି, ପେଟ୍ରୋ କେମିକାଲ ଓ ମେଟାଲ ଇଣ୍ଡଷ୍ଟ୍ରି ଉପରେ ଫୋକସ
- ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ
- ପ୍ରତି ଜିଲ୍ଲାରେ ଶିଳ୍ପ ତିଆରି କରାଯିବ
- କରନ ଆଦାନି, ଅନୀଲ ଅଗ୍ରୱାଲ, ଏଲ.ଏନ.ମିତ୍ତଲ, ଟି.ଭି.ନରେନ୍ଦ୍ରନ , ସଜ୍ଜନ ଜିନ୍ଦଲ, ନବୀନ ଜିନ୍ଦଲ ମୁଖ୍ୟ ଆକର୍ଷଣ ସାଜିବେ
- ୧୬ ଦେଶର ଶହେ ପ୍ରତିନିଧି ଯୋଗଦେବେ
ଦୁଇଦିନିଆ ଉତ୍କର୍ଷ ସମ୍ମିଳନୀରେ, ୪ଟି ସେସନ ହେବ, ୧୬ କ୍ଷେତ୍ରୀୟ ସେସନ ରହିଛି । ପ୍ରଥମ ଥର ଲାଗି ମେକ୍ ଇନ ଓଡିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସୁଛନ୍ତି । କାଲି ଦୁଇଘଣ୍ଟା ପାଇଁ ଉତ୍କର୍ଷ ଓଡିଶା ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ପ୍ରବାସୀ ଓଡିଶା ସମ୍ମିଳନୀ ପରେ ଉତ୍କର୍ଷ ଓଡିଶା ସମ୍ମିଳନୀ ଓଡିଶା ଶିଳ୍ପ କ୍ଷେତ୍ର ପାଇଁ ବୁଷ୍ଟର ଡୋଜ ଆଣିବ ବୋଲି କୁହାଯାଉଛି ।
ନୂଆ ସରକାର ଆସିବା ପରେ ୭ ମାସ ଭିତରେ ୨ ଲକ୍ଷ ୭୫ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆସିଛି । ୧୫୯ଟି ଶିଳ୍ପକୁ ସିଙ୍ଗଲ ୱିଣ୍ଡୋରେ କ୍ଲିୟରାନ୍ସ ମିଳିସାରିଛି । ୨୦୧୬, ୨୦୧୮ ଓ ୨୦୨୨ରେ ମେକ ଇନ ଓଡିଶାର ମେଗା ଇଭେଣ୍ଟ ହୋଇଥିଲା । ଏବେ ବିଜେପି କ୍ଷମତାକୁ ଆସିବା ପରେ ଉତ୍କର୍ଷ ଓଡିଶା ରାଜ୍ୟ ସରକାରଙ୍କ ପ୍ରଥମ କନକ୍ଲେଭ । ତେବେ ଉତ୍କର୍ଷ ଓଡିଶାକୁ କେତେ ବାସ୍ତବ ରୂପ ଦେବେ ନୂଆ ସରକାର ତା ସବୁଠୁ ବଡ କଥା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/01/27/zmA4rCAc4zNB8OFi6dnN.jpg)