କନକ ବ୍ୟୁରୋ: ମଧ୍ୟପ୍ରଦେଶ, ରାଜସ୍ଥାନରେ କଫ୍ ସିରପ୍ ପିଇ ୧୧ଜଣଙ୍କ ଶିଶୁଙ୍କ ମୃତ୍ୟୁ ଘଟଣା । ସମ୍ପୃକ୍ତ ଫାର୍ମା କମ୍ପାନିର ଔଷଧ ବିତରଣ ଉପରେ ଲାଗିଲା ରୋକ୍। ତାମିଲନାଡୁ ସରକାର ବିବାଦୀୟ ସିରପ "କୋଲଡ୍ରିଫ୍" ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ରାଜସ୍ଥାନ ସରକାର ମଧ୍ୟ ରାଜ୍ୟ ଔଷଧ ନିୟନ୍ତ୍ରକଙ୍କୁ ନିଲମ୍ବିତ କରି କମ୍ପାନିର ଔଷଧ ବଣ୍ଟନ ବନ୍ଦ କରିଛନ୍ତି । ସେପଟେ ଘଟଣାକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ଦୁଇ ବର୍ଷରୁ କମ ବୟସର ଶିଶୁଙ୍କୁ କଫ୍ ସିରପ ନଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ସମସ୍ତ ରାଜ୍ୟ ସରକାରଙ୍କୁ ଏଭଳି ମାର୍ଗଦର୍ଶିକା ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ବା ଡିଜିଏଚଏସ୍ । ସମସ୍ତ ରାଜ୍ୟ ସରକାର ଓ ଡାକ୍ତରଖାନା ଗୁଡ଼ିକ ଏହି ମାର୍ଗଦର୍ଶିକା କଡ଼ାକଡ଼ି ଭାବେ ଅନୁପାଳନ କରିବାକୁ ଉପଦେଶବଳୀରେ କୁହାଯାଇଛି । ମଧ୍ୟପ୍ରଦେଶରେ କଥିତ ଦୂଷିତ କଫ ସିରପ ପିଇବା ପରେ ଶିଶୁଙ୍କ ମୃତ୍ୟୁକୁ ନେଇ ବିବାଦ ପରେ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ପକ୍ଷରୁ ପରାମର୍ଶ ଜାରି କରାଯାଇଛି । ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପରୀକ୍ଷା କରାଯାଇଥିବା ମଧ୍ୟପ୍ରଦେଶର କଫ ସିରପ ନମୂନାରୁ ଡାଇଥିଲିନ ଗ୍ଲାଇକଲ କିମ୍ୱା ଏଥିଲିନ ଗ୍ଲାଇକର ପ୍ରମାଣ ପାଇଁ ନାହିଁ । ଯାହା କିଡନି ପାଇଁ ହାନିକାରକ । ତଥାପି ଅଧିକ ପରୀକ୍ଷା ପାଇଁ କଫ ସିରପ ନମୂନା ପଠାଯାଇଛି । ସ୍ୱାସ୍ଥ୍ୟମନ୍ତ୍ରାଳୟ ଅଧିନରେ ଥିବା ଡିଜିଏଚଏସ୍ କହିଛି ସାଧାରଣତଃ ୨ବର୍ଷରୁ କମ ବୟସର ଶିଶୁଙ୍କୁ କଫ୍ ସିରପ ସେବନ ପାଇଁ ସୁପାରିଶ କରାଯାଏ ନାହିଁ । କେବଳ ବୟସ୍କ ଓ ବୃଦ୍ଧବୃଦ୍ଧାଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ କଫ ସିରପ ଦିଆଯାଇଥାଏ । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ସରକାର ଜାରି କରିଥିବା ଉପଦେଶାବଳୀ କୁହାଯାଇଛି ଯେ, ପିଲାମାନଙ୍କ କାଶ ବିନା ଔଷଧରେ ମଧ୍ୟ ଠିକ୍ ହୋଇଯାଏ ।
କଫ୍ ସିରପ୍ ପିଇ ୧୧ଜଣଙ୍କ ଶିଶୁଙ୍କ ମୃତ୍ୟୁ ଘଟଣା, ଔଷଧ ବିତରଣ କମ୍ପାନି ଉପରେ ଲାଗିଲା ରୋକ୍
କଫ୍ ସିରପ୍ ପିଇ ୧୧ଶିଶୁଙ୍କ ମୃତ୍ରୁ ଘଟଣା । ଆକ୍ସନ ମୋଡ୍ରେ ରାଜସ୍ଥାନ, ମହାରାଷ୍ଟ୍ର ଓ ତାମିଲନାଡ଼ୁ ସରକାର । କୋଲ୍ଡ୍ରିଫ୍ କଫ୍ ସିରପ ବିକ୍ରୟ ଉପରେ ପ୍ରତିବନ୍ଧକ । ୨ବର୍ଷରୁ କମ ବୟସ ପିଲାଙ୍କୁ କଫ ସିରପ ନଦେବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଛି ମାର୍ଗଦର୍ଶିକା ।
/kanak/media/media_files/2025/10/04/02-cough-syrup-2025-10-04-12-20-32.jpg)