ଖାଁ ଖାଁ ଆଶ୍ରମ ; ଆଶ୍ରମରେ ଥିବା ଦାମୀ ବାଇକ୍ ଗାଏବ

ବୈକୁଣ୍ଠ ଧାମ ଆଶ୍ରମ ଭଙ୍ଗାଯିବା ଉପରୁ ଅନ୍ତରୀଣ ସୁରକ୍ଷା ହଟିବା ପରେ ଖାଁ ଖାଁ ଆଶ୍ରମ । ଫାଟକରେ ଭିତରୁ ପଡ଼ିଛି ତାଲା  । ଆଶ୍ରମରେ ଥିବା ଦାମୀ ବାଇକ ବି ଗାଏବ । ପ୍ରଶ୍ନ ଉଠୁଛି କିଏ ନେଲା ବାଇକ?  

33kk

କନକ ବ୍ୟୁରୋ:  ଖାଁ ଖାଁ ବୈକୁଣ୍ଠ ଧାମ । ବୈକୁଣ୍ଠ ଧାମ ଆଶ୍ରମ ଭଙ୍ଗା ଯିବା ନେଇ ଅନ୍ତରୀଣ ସୁରକ୍ଷା ହଟିବା ପରେ ନାହାନ୍ତି ପୋଲିସ । ଆଶ୍ରମର ଫାଟକରେ ଭିତରୁ ତାଲା ପଡ଼ିଥିବା ବେଳେ ଏବେବେ ଫେରାର ଅଛନ୍ତି ଆତ୍ମଘୋଷିତ ବାବା କାଶୀନାଥ । ବାବା କାଶୀନାଥଙ୍କ ପୁଅଙ୍କର ବି ଦେଖାନାହିଁ । ବଡ଼ କଥା ହେଉଛି ଆଶ୍ରମରେ ଥିବା ଦାମୀ ବାଇକ ଆଶ୍ରମ ପରିସରରେ ନାହିଁ । ପ୍ରଶ୍ନ ଉଠୁଛି କିଏ ନେଲା ବାଇକ ? ପୂର୍ବରୁ ଆଶ୍ରମ ପରିସରରେ ଏକ ଦାମୀ ବାଇକ ଥିଲା । ଯାହା ଆଜି ଆଉ ଦେଖିବାକୁ ମିଳିନାହିଁ । ଗତକାଲି ବୈକୁଣ୍ଠ ଧାମ ଆଶ୍ରମ ଭଙ୍ଗା ଯିବା ନେଇ ଅନ୍ତରୀଣ ସୁରକ୍ଷା ହଟାଇଛନ୍ତି ହାଇକୋର୍ଟ । 

ଫେବୃଆରୀ ୩ରେ ଜବାବ ଦାଖଲ କରିବେ ଆଶ୍ରମ କର୍ତ୍ତୃପକ୍ଷ। ଆଶ୍ରମ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଥିବା ସରକାରୀ ଅନୁମତି ପତ୍ର ନକଲି ଥିବା ଦର୍ଶାଇ ରାଜ୍ୟସରକାରଙ୍କ ପକ୍ଷରୁ କୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ଏହା ଉପରେ ଫେବୃୟାରୀ ୩ ତାରିଖରେ କୋର୍ଟରେ ଜବାବ୍ ଦାଖଲ କରିବେ ଆଶ୍ରମ କର୍ତ୍ତୃପକ୍ଷ । ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ଫେବୃୟାରୀ ୩ ତାରିଖକୁ ଧାର୍ୟ୍ୟ କରିଛନ୍ତି ଉଚ୍ଚ ଅଦାଲତ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe