କନକ ବ୍ୟୁରୋ : ବର୍ଷର ଦ୍ବିତୀୟ ଚନ୍ଦ୍ର ଗ୍ରହଣରେ ଦେଖାଗଲା ମହାଜାଗତିକ ଦୃଶ୍ୟ । ଦୃଶ୍ୟମାନ ହେଲା ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ । ରାତି ୯ଟା ୫୭ ମିନିଟ୍ ୨୨ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ଆରମ୍ଭ ହୋଇଥିଲା । ରାତି ଗୋଟାଏ ୨୭ମିନିଟ୍ ୧୭ସେକେଣ୍ଡରେ ହେଲା ସର୍ବମୋକ୍ଷ । ସାଢ଼େ ୩ ଘଣ୍ଟା ଯାଏଁ ଗ୍ରହଣ ଦେଖିଲେ ଭାରତ ସମେତ ୫ ଟି ଦେଶ । ବ୍ଲଡମୁନ ଭୁବନେଶ୍ବରରୁ ଆରମ୍ଭ କରି ସାରା ଦେଶରେ ଖାଲି ଆଖିରେ ଦୃଶ୍ୟମାନ ହେଲା । ଏଥର ଆକାଶରେ ବ୍ଲଡମୁନ ଦେଖାଯାଇଛି । ଭାରତ ସମେତ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆମେରିକା, ଫିଜିରେ ଦୃଶ୍ୟମାନ ହୋଇଛି ପୂର୍ଣ୍ଣଗ୍ରାସ ଚନ୍ଦ୍ର ଗ୍ରହଣ ।