କନକ ବ୍ୟୁରୋ: କୋଟିକୋଟିର ପ୍ରକଳ୍ପକୁ ସାର୍ବଜନୀନ ନକରି ଗୁପ୍ତ ଟେଣ୍ଡର କରି ଚାପି ଦେବାକୁ ହୋଇଥିଲା ମସୁଧା। ଯାଜପୁର ପାଣିକୋଇଲି ପୂର୍ତ୍ତ ବିଭାଗରେ ହୋଇଥିବା ଗୁପ୍ତ ଟେଣ୍ଡର ପେଡ଼ି ଖୋଲୁଛି। ଏବେ କିନ୍ତୁ ଜିଲ୍ଲାର ଗୌରବରେ କଳଙ୍କକୁ ନେଇ ପ୍ରଶ୍ନ ଉଠିଛି। ଯାଜପୁର ସହରରେ ନିର୍ମିତ ହକି ଷ୍ଟାଡିୟମ ଓ ଆଲୋକୀକରଣ ପାଇଁ ୧୨୪ଟି ଗୁପ୍ତ ଟେଣ୍ଡର ହୋଇଥିବା ଜଣାପଡ଼ିଛି। ଆରଟିଆଇରେ ତଥ୍ୟ ସାମ୍ନାକୁ ଆସିବା ପରେ ଅଡୁଆରେ ପଡ଼ିଛନ୍ତି ବିଭାଗୀୟ ଯନ୍ତ୍ରୀ ।

Advertisment
  • କ୍ରୀଡ଼ାର ବିକାଶ ଆଳରେ ପୋଷା ହୋଇଛନ୍ତି ଠିକାଦାର!
  • ହକି ଷ୍ଟାଡିୟମ ପାଇଁ ୧୨୪ ଗୁପ୍ତ ଟେଣ୍ଡର
  • ଆରଟିଆଇ ତଥ୍ୟ ଖୋଲିଦେଲା ୫ କୋଟିର କେଳେଙ୍କାରୀ

କ୍ରୀଡା ବିକାଶ ପାଇଁ ଯାଜପୁର ସହରରେ ହକି ଷ୍ଟାଡିୟମ ନିର୍ମାଣ ହୋଇଛି। ୨୦୨୨ ଡିସେମ୍ବରରୁ ୨୦୨୩ ଡି‌ସେମ୍ବର ଭିତରେ ଷ୍ଟାଡ଼ିୟମ ନିର୍ମାଣ ସରିଛି। ଷ୍ଟାଡିୟମ୍‌ଟି ସହରବାସୀଙ୍କ କାର୍ଯ୍ୟରେ ଲାଗୁଛି ସତ କିନ୍ତୁ ନିର୍ମାଣରେ ଅନିୟମିତତା ପ୍ରକଳ୍ପର ସ୍ଥାୟିତ୍ବକୁ ନେଇ ପ୍ରଶ୍ନ କରିଛି। ବଡ଼ ଷ୍ଟାଡ଼ିୟମରେ ବଡ଼ ଦୁର୍ନୀତି ସାମ୍ନାକୁ ଆସିଛ। ଗୁପ୍ତ ଟେଣ୍ଡର କରି ରାଜନେତା ଓ ଯନ୍ତ୍ରୀ ଠିକାଦାରଙ୍କୁ କୋଟି କୋଟି ଟଙ୍କା ବାଣ୍ଟି ଏବେ ହରଡଘଣାରେ ପଡିଛନ୍ତି। ସୂଚନା ଅଧିକାର ବଳରେ ମିଳିଥିବା ସୂଚନା ଅନୁସାରେ... 

  • ହକି ଷ୍ଟାଡିୟମରେ ବିଭିନ୍ନ କାମ ପାଇଁ ୧୨୪ଟି ଗୁପ୍ତ ଟେଣ୍ଡର ହୋଇଛି
  • ଗୃହ ନିର୍ମାଣ, ହାଇମାଷ୍ଟ ଲାଇଟ୍, ଏଲ୍‌ଇଡି ପ୍ରୋଜେକ୍ଟର ପାଇଁ ୪ କୋଟି ୧୮ଲକ୍ଷ ୭୧ ହଜାର ବ୍ୟୟ
  • ୨୦୨୨-୨୩ରେ ୧୧୯ଟି ଗୁପ୍ତ ଟେଣ୍ଡର ଜରିଆରେ ଦିଆଯାଇଛି ୪ କୋଟି ୫୯ ହଜାର
  • ୨୦୨୩-୨୪ରେ ମରାମତି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ୫ଟି ଗୁପ୍ତ ଟେଣ୍ଡର
  • ୧୮ ଲକ୍ଷ ୧୨ ହଜାର ଟଙ୍କା ବ୍ୟୟ
  • କେବଳ ହାଇମାଷ୍ଟ ଲାଇଟ୍ ଓ ଏଲଇଡି ଲାଇଟ୍‌ ଲଗାଇବା ପାଇଁ ୭୨ଟି ଗୁପ୍ତ ଟେଣ୍ଡର
  • ୨ କୋଟି ୧୬ଲକ୍ଷ ୭୮ ହଜାର ଟଙ୍କା ଖର୍ଚ୍ଚ

ପୂର୍ତ୍ତ ବିଭାଗ କିଛି ଅଧିକାରୀ ରାଜନେତାଙ୍କ କଥ‌ାରେ ପଡି ମନଇଚ୍ଛା ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି। ଗୋଟିଏ ଗୋଟିଏ ଦିନରେ ଲକ୍ଷଲକ୍ଷ ଟଙ୍କା ଗୁପ୍ତ ଟେଣ୍ଡର କରାଯାଇଛି। ବର୍ତ୍ତମାନର ସରକାର ଦୁର୍ନୀତିରେ ଶୂନ ସହନଶୀଳତା ନୀତି ଆପଣାଇଥିବାରୁ ପାଣିକୋଇଲି ପୂର୍ତ୍ତ ଡିଭିଜନରେ ହୋଇଥିବା ଶହଶହ କୋଟିର ଗୁପ୍ତ ଟେଣ୍ଡର କେଳେଙ୍କାରୀର ପର୍ଦାଫାସ ହେବ ବୋଲି ଆଶା ରଖିଛନ୍ତି ଯାଜପୁରବାସୀ।