କନକବ୍ୟୁରୋ :ମୋହନ ମାଝୀଙ୍କ ସରକାରରେ ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ । ବ୍ୟକ୍ତି ଯେତେ ବି ପ୍ରଭାବଶାଳୀ ହୋଇଥାନ୍ତୁ ନା କାହିଁକି, ଛଡାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ  । ଭିଜିଲାନ୍ସ ରେଡ଼ରେ କୋଟିପତି ଇଞ୍ଜିନିୟର ଧରାପଡିବା ଘଟଣାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରେଡ୍ ହେବା ପୂର୍ବରୁ ତାଙ୍କ ପାଖକୁ ଆସିଥିଲା ଫାଇଲ । ଆଉ ଗୋଟିଏ ଦିନ ଚାକିରୀ ଅଛି କଣ କରିବା ବୋଲି କୁହାଯାଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ କହିଥିଲେ, ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ । ଆଜି ନବନିଯୁକ୍ତ ସରକାରୀ ଚାକିରିଆଙ୍କୁ ନିଯୁକ୍ତିପତ୍ର ବାଣ୍ଟିବା ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।