ସିଏମସିର ପିଛା ଛାଡୁନି ଦୁର୍ନୀତି । ଅସ୍ଥାୟୀ ଜାଗାରେ ହୋଇଛି ସ୍ଥାୟୀ ନିର୍ମାଣ, ଜଳ ଜଳ ଦିଶୁଛି ନିୟମର ଖୋଲାଖୋଲି ଉଲ୍ଲଂଘନ

Advertisment

କଟକ ମହାନଗର ନିଗମରେ ଦୁର୍ନୀତି ଯେତେ ଖୋଲିଲେ ସେତେ ବାହାରୁଛି । ସିଏମସି ଅଞ୍ଚଳରେ ଅସ୍ଥାୟୀ ନିର୍ମାଣ ପାଇଁ ଅନୁମତି ଥିବା ବେଳେ ଏଠି ପକ୍କା ନିର୍ମାଣ ହେଇଛି । ସ୍ଥାୟୀ ଭାବେ ନିର୍ମାଣ ହୋଇଛି ଦୋକାନ ଘର ।

କଟକ ମହାନଗର ନିଗମରେ ଦୁର୍ନୀତି ଯେତେ ଖୋଲିଲେ ସେତେ ବାହାରୁଛି । ସିଏମସି ଅଞ୍ଚଳରେ ଅସ୍ଥାୟୀ ନିର୍ମାଣ ପାଇଁ ଅନୁମତି ଥିବା ବେଳେ ଏଠି ପକ୍କା ନିର୍ମାଣ ହେଇଛି । ସ୍ଥାୟୀ ଭାବେ ନିର୍ମାଣ ହୋଇଛି ଦୋକାନ ଘର ।

CMC

CMC Photograph: (kanaknews)

କନକ ବ୍ୟୁରୋ : କଟକ ମହାନଗର ନିଗମରେ ଦୁର୍ନୀତି ଯେତେ ଖୋଲିଲେ ସେତେ ବାହାରୁଛି । ସିଏମସି ଅଞ୍ଚଳରେ ଅସ୍ଥାୟୀ ନିର୍ମାଣ ପାଇଁ ଅନୁମତି ଥିବା ବେଳେ ଏଠି ପକ୍କା ନିର୍ମାଣ ହେଇଛି । ସ୍ଥାୟୀ ଭାବେ ନିର୍ମାଣ ହୋଇଛି ଦୋକାନ ଘର । ଖାଲି ନିର୍ମାଣ ନୁହେଁ, ଅନୁମତି ଜଣକ ନାଁରେ, କିନ୍ତୁ ଚଳାଉଛନ୍ତି ଆଉ କିଏ । ସୂଚନା ଅଧିକାର ଅଇନ ତଥ୍ୟ ଅନୁସାରେ,  କଟକ ମହାନଗର ନିଗମ ୮୯୬ଟି ଦୋକାନ ଘର ବ୍ୟବସାୟୀଙ୍କୁ ଦେଇଛି ।  କିନ୍ତୁ ଏଗୁଡ଼ିକ ଠିକ୍ ଭାବେ ଚାଲିଛି ତ? ଯାହା ନାଁରେ ଦୋକାନ ଘର ଆଲଟ ହୋଇଛି, ସେମାନେ ଦୋକାନ କରିଛନ୍ତି କି ନାହିଁ? ଭଡ଼ା ଠିକ୍ ସମୟରେ ଦେଉଛନ୍ତି କି ନାହିଁ, ଏସବୁ ଯାଞ୍ଚ କରୁଛି କିଏ? ରୟାଲିଟି ଚେକ୍ ପରେ ଜଣାପଡ଼ିଛି, କଟକ କଲେଜ୍ ଛକ ଅଞ୍ଚଳରେ ଥିବା ଦୋକାନ ଘରଗୁଡ଼ିକ ମହାନଗର ଅଧୀନରେ । ହେଲେ ଏହି ଦୋକାନ ଘରଗୁଡିକରୁ ଅଧିକାଂଶ ଦୋକାନ ଯାହା ନାଁରେ ଅଛି, ସେ ନିଜେ ବ୍ୟବସାୟ ନ କରି ଚଢ଼ା ଦରରେ ଭଡ଼ା ଦେଇଛନ୍ତି । ବର୍ଷ ବର୍ଷ ଧରି ଏଭଳି ଚାଲୁଥିବା ବେଳେ ଏହାକୁ ଯାଞ୍ଚ ନ କରି ଚୁପ୍ ବସିଛି ମହାନଗର ନିଗମ ।  

କଟକ ମହାନଗର ନିଗମ ପକ୍ଷରୁ ଜନଶୁଣାଣିରେ ବିଧାୟିକ ସୋଫିଆ ଫିରଦୋସ ପ୍ରଶ୍ନ କରିଛନ୍ତି, ରାଜସ୍ବ ଆଦାୟରେ ପଛରେ ପଡ଼ୁଥିବା ମହାନଗର ନିଗମ କାହିଁକି ଏଭଳି ଘଟଣାକୁ ନଜର ଦେଉ ନାହିଁ ।  ମିଳିଥିବା ତଥ୍ୟର ଯାଞ୍ଚ ହେବ ।  ପ୍ରକୃତରେ ଯେଉଁମାନଙ୍କ ନାଁରେ ଦୋକାନ ଘର ଆଲଟ ହୋଇଛି, ସେମାନେ ଦୋକାନ କରିଛନ୍ତି କି ନାହିଁ ତାହା ମଧ୍ୟ ଯାଞ୍ଚ ହେବ ବୋଲି ବିଧାୟିକା କହିଛନ୍ତି । ଉଠା ଦୋକାନୀଙ୍କୁ ଭେଣ୍ଡିଂ ଜୋନ୍ ଦେଇ ନ ପାରିବା ସତ୍ତ୍ୱେ ମହାନଗର ନିଗମ ସେମାନଙ୍କୁ ଅନେକ ସମୟରେ ଉଚ୍ଛେଦ କରୁଛି । ମହାନଗର ନିଗମର  ଏଭଳି କାମ ପାଇଁ ରାଜସ୍ବ ହାନି ହେଉଛି । ଯାହାକୁ ନେଇ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe