କନକ ବ୍ୟୁରୋ : ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ସହ କେନ୍ଦ୍ର ଅବହେଳା ଅଧ୍ୟାୟର ଅନ୍ତ ଘଟିଛି । ଏବେ ଓଡ଼ିଶାର ବିକାଶ ରକେଟ ବେଗରେ ଆଗକୁ ବଢିବାକୁ ପ୍ରସ୍ତୁତ । କାରଣ ମୋହନ ସରକାରଙ୍କୁ ବିକାଶର ଦିଗରେ ବାଟ କଢାଇ ନେବାକୁ ହାତ ଧରିଛନ୍ତି ମୋଦି ସରକାର । କିନ୍ତୁ ବିକାଶ କ୍ଷେତ୍ରରେ ଏବେ ବି ପ୍ରତିବନ୍ଧକ ସାଜିଛି ଦୁର୍ନୀତି । କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନକ୍ଲେଭରେ ସାମିଲ ହୋଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କିଛି ଏଭଳି ମତ ରଖିଛନ୍ତି । ପୂର୍ବ ସରକାର ଅମଳରେ ଦୁର୍ନୀତି ଚରମସୀମାରେ ପହଞ୍ଚିଥିବା ବେଳେ ଓଡ଼ିଶା ବିକାଶରେ ବ୍ରେକ ଲାଗିଥିଲା। କିନ୍ତୁ ନୂଆ ସରକାରରେ ଦୁର୍ନୀତି ଓ ଦୁର୍ନୀତିଖୋରଙ୍କୁ ବରଦାସ୍ତ କରାଯିବନି ବୋଲି ଚେତାବନୀ ଦେଇଛନ୍ତି ସୁରେଶ। ଏଣିକି ଅଫିସରଙ୍କ ସ୍ବଚ୍ଛତାର ସାର୍ଟିଫିକେଟ ଦେବେ ସାଧାରଣ ଲୋକେ। ଯାହାକୁ ଆଧାର କରି ଦୁର୍ନୀତିଖୋରଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ ।
ଦୁର୍ନୀତି ଭଳି ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଓଡ଼ିଶାର ବିକାଶରେ ବଡ ବାଧକ ସାଜିଛି। ପ୍ରତିବର୍ଷ ବିକାଶର ଇମାରତ ଉପରେ ଭାରି ପଡୁଛି ବିପର୍ଯ୍ୟୟ ପଦଚିହ୍ନ । ତେଣୁ ଏହାର ଦୀର୍ଘସ୍ଥାୟୀ ସମାଧାନ ଲାଗି ନୂଆ ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା କହିଛନ୍ତି ସୁରେଶ। ବିପର୍ଯ୍ୟୟପ୍ରବଣ ଅଞ୍ଚଳ, ବିଶେଷକରି ଉପକୂଳବର୍ତ୍ତୀ ଓଡିଶାର ତଳିଆ ଅଞ୍ଚଳର ଲୋକଙ୍କୁ ଖୁବଶୀଘ୍ର ପକ୍କା ଘର ଯୋଗାଇ ଦିଆଯିବ। ପ୍ରତି ମାସର ଶନିବାର ବିଡ଼ିଓ ଓ ତହସିଲଦାର ଭୂମିହୀନ ପରିବାରର ତାଲିକା ପ୍ରସ୍ତୁତ କରି ଘର ଯୋଗାଇବାକୁ ବ୍ୟବସ୍ଥା କରିବେ। ଅନ୍ୟପଟେ ଜନ ପ୍ରତିନିଧିକୁ ଦାୟିତ୍ୱ ଦେବା ସହ ଗ୍ରାମୀଣ ବିକାଶ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ବିଶିଷ୍ଟ ବ୍ୟକ୍ତି ବିଶେଷ।
ଓଡ଼ିଶା ନିର୍ମାଣ କ୍ଷେତ୍ରରେ ଡବଲ ଇଂଜିନ ସରକାରର ଗୁରୁ ଦାୟିତ୍ବ ରହିଛି। ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାରରେ ଥିବାରୁ ଓଡ଼ିଶାର ବିକାଶ ତ୍ବରିତ୍ବ ବେଗରେ ଆଗକୁ ବଢୁଛି କି ନାହିଁ ତାହା ଦେଖିବା ବାକି ରହିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/16/bUNq75aIb4hJp6Iwxcl5.jpg)