କନକ ବ୍ୟୁରୋ: ଗ୍ରାମାଞ୍ଚଳରେ ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ବିଭିନ୍ନ ପଞ୍ଚାୟତରେ ନିର୍ମାଣ ହୋଇଥିଲା ବର୍ଜ୍ୟବସ୍ତୁ ଟାଙ୍କି ଓ କମ୍ପୋଷ୍ଟ ପିଟ୍। ହେଲେ ବାସ୍ତବ କଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକରେ ଏବେ ବାଟବଣା ହୋଇଛି ଏହି ଯୋଜନା। ଲକ୍ଷାଧିକ ଟଙ୍କାରେ ଯୋଜନା ଆରମ୍ଭ ହେଲା ସତ, ହେଲେ ବର୍ତ୍ତମାନ ତାହା କୌଣସି କାମରେ ଆସୁନାହିଁ।
- ସ୍ବଚ୍ଛ ଭାରତ ଯୋଜନାରେ ମହାଦୁର୍ନୀତି!
- ଆବର୍ଜନା ଟାଙ୍କି ନାଁରେ ହରିଲୁଟ୍!
କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ବିଭିନ୍ନ ବର୍ଜ୍ୟବସ୍ତୁ ଟାଙ୍କି ବା କମ୍ପୋଷ୍ଟ ପିଟରେ ସବୁ ଅଳିଆ ଆବର୍ଜନା ପଡ଼ିବ, ଆଉ ଏହାକୁ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ହେଲେ ବାସ୍ତବ କଥା ସମ୍ପୂର୍ଣ୍ଣ ଓଲଟା। ବର୍ଜ୍ୟବସ୍ତୁ ଟାଙ୍କି ଅଛି, କମ୍ପୋଷ୍ଟ ପିଟ୍ ବି ଅଛି। ହେଲେ ସେସବୁ କିଛି କାମରେ ଆସୁନାହିଁ। ସବୁଠି ଖାଲି ପଡ଼ିଛି ବର୍ଜ୍ୟବସ୍ତୁ ଟାଙ୍କି। ନିର୍ମାଣ ହୋଇଛି ସତ। ହେଲେ କେଉଁଠି ଜନବସତି ନାହିଁ ତ କେଉଁଠି ଯିବାକୁ ରାସ୍ତା ନାହିଁ। ଯେଉଁଥିପାଇଁ ବାଟବଣା ହୋଇଛି ଯୋଜନା।
କେନ୍ଦ୍ରାପଡ଼ା ଜିଲ୍ଲାର ଭରତପୁର, ଢୋଲ, ରାଜକନିକା ବ୍ଲକର ବାରହ ଦୋମଣ୍ଡା, ଆଳି ବ୍ଲକର ଅରଗଳରେ ନିର୍ମାଣ ହୋଇଛି ଏହି ଯୋଜନା। ପ୍ରତ୍ୟେକ ପଞ୍ଚାୟତରେ ଏଭଳି ଯୋଜନା ପ୍ରସ୍ତୁତ ହେବା ସହ, କାମ ମଧ୍ୟ ଅନେକ ସ୍ଥାନରେ ଚାଲିଛି। ଆବର୍ଜନା ଟାଙ୍କି ପାଇଁ ବ୍ୟୟ ଅଟକଳ ହୋଇଥିଲା ୧ଲକ୍ଷ ୩୦ହଜାରରୁ ୪୦ ହଜାର ଟଙ୍କା। ସେହିପରି କମ୍ପୋଷ୍ଟ ପିଟ୍ ପାଇଁ ୨୮ହଜାରରୁ ୩୫ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି।
ତେବେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ଯଦି ଯୋଜନା ଲୋକଙ୍କ କାର୍ଯ୍ୟରେ ନଆସିବ, ତା ହେଲେ କାହା ପାଇଁ ଏ ଯୋଜନା, ତାକୁ ନେଇ ଉଠୁଛି ପ୍ରଶ୍ନ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)