କନକ ବ୍ୟୁରୋ: ବଲାଙ୍ଗୀରରେ ଧାନ କିଣାରେ ଦୁର୍ନୀତି ଅଭିଯୋଗ । ଗୁଡଭେଲା ବ୍ଲକ ଋଷୁଡ଼ା ପେକ୍ସ ରେ ଚାଷୀର ଧାନ ଓଜନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଧାନ କିଣା ମେସିନ୍ ଟାମ୍ପରିଂ କରି ଚାଷୀଙ୍କୁ ଠକାଯାଉଥିବା ଅଭିଯୋଗ ଆଣିଛନ୍ତି ଚାଷୀ । ସୂଚନା ଅନୁସାରେ, ରମାକାନ୍ତ ଭୋଇ ନିଜ ଧାନ ବିକିବା ପାଇଁ ୧୮୩ ପ୍ୟାକେଟ୍ ମୋଟ୍‌ ୭୨ ଦଶମିକ ୭୪ କ୍ବିଣ୍ଟାଲ ଧାନ ମଣ୍ଡିକୁ ଆଣିଥିଲେ ।

Advertisment

 କିନ୍ତୁ ମଣ୍ଡିରେ ଓଜନ କଲାବେଳେ ତାହା ୬୬ ଦଶମିକ ୩୨ କ୍ବିଣ୍ଟାଲ ହୋଇଥିଲା। ପରେ ରମାକାନ୍ତ ନିଜ ଘରେ ଥିବା ଓଜନ ମେସିନ ଆଣି ଓଜନ କରିବା ଫଳରେ ପ୍ରାୟ ୨ କେଜିର ଫରକ ଦେଖା ଦେଇଥିଲା । ଫଳରେ ମଣ୍ଡି ରେ ହେଉଥିବା ଧାନ ଓଜନରେ ବ୍ୟାପକ ଅନିୟମିତତା ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ଓଜନ ମେସିନ୍‌ରେ ଦୁର୍ନୀତି ଜାଣିବା ପରେ ମଣ୍ଡିରେ ସାମାନ୍ୟ ଉତ୍ତେଜନା ଦେଖିବାକୁ ମିଳିଥିଲା । ପରେ ମେସିନ୍ ମଣ୍ଡିରୁ କୁଆଡେ ଉଭାନ୍‌ ହୋଇ ଯାଇଥିବା ରମାକାନ୍ତ କହିଛନ୍ତି ।