ଧାନ କିଣା ନୁହେଁ ବସ୍ତା କିଣାରେ ବି ବଡ଼ ଦୁର୍ନୀତି । କଳାହାଣ୍ଡିରେ ଦୁର୍ନୀତି ଧରାଇଦେଲା ଭାରତୀୟ ଖାଦ୍ୟ ନିଗମ

ଏଫସିଆଇକୁ ନିମ୍ନମାନର ବସ୍ତା ଦିଆଯାଇଛି ତେବେ ଉନ୍ନତମାନର ବସ୍ତା ସବୁ ଯାଉଛି କୁଆଡ଼େ? କିଏ ଏହାର ଲାଭ ପାଉଛି? କୋଟି କୋଟି ଟଙ୍କା ଦୁର୍ନୀତିର ମାଷ୍ଟର ମାଇଣ୍ଡ କିଏ?  

sgffsdgsfdgdsg

କନକ ବ୍ୟୁରୋ : ଏଫ୍‌ସିଆଇ ଦେଉଥିବା ଗୋଟିଏ ଅଖାବସ୍ତା ୬୩୦ ଗ୍ରାମ ଓ ପ୍ଲାଷ୍ଟିକ ବସ୍ତା ୨୮୦ ଗ୍ରାମ ରହିବା କଥା। କିନ୍ତୁ ଏଫସିଆଇକୁ ଦିଆଯାଉଥିବା ବସ୍ତା ଉପଯୁକ୍ତ ମାନର ନୁହେଁ ବୋଲି ଚିଠି ଆସିବା ପରେ ବ୍ୟବସ୍ଥାର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି।

ଏଫସିଆଇକୁ ନିମ୍ନମାନର ବସ୍ତା ଦିଆଯାଇଛି ତେବେ ଉନ୍ନତମାନର ବସ୍ତା ସବୁ ଯାଉଛି କୁଆଡ଼େ? କିଏ ଏହାର ଲାଭ ପାଉଛି? କୋଟି କୋଟି ଟଙ୍କା ଦୁର୍ନୀତିର ମାଷ୍ଟର ମାଇଣ୍ଡ କିଏ?  କଳାହାଣ୍ଡି ଜିଲ୍ଲାରେ ପ୍ରତିବର୍ଷ ପ୍ରାୟ ୮୫ ହଜାର କ୍ୱିଂଟାଲରୁ ଅଧିକ ଧାନ କିଣା ହୋଇଥାଏ। ଯୋଗାଣ ନିଗମ ଦେଉଥିବା ବସ୍ତାକୁ ହିସାବ କଲେ ଏହାର ପରିମାଣ ୧କୋଟି ୧୫ଲକ୍ଷରୁ ଅଧିକ ହେବ। ଟେଣ୍ଡର ଜରିଆରେ ଆନ୍ଧ୍ର ଓ କୋଲକାତାରୁ ବସ୍ତା କିଣାଯାଇଥାଏ। ସବୁ ଖର୍ଚ୍ଚ ମିଶାଇ ବସ୍ତା ପିଛା ପ୍ରାୟ ୬୫ ଟଙ୍କା ଦେଇଥାଏ ନିଗମ। ଏତେ ଟଙ୍କା ଖର୍ଚ୍ଚ ପରେ ବି ନିମ୍ନାମନର ବସ୍ତା ଆସୁଥିବା ଏଫସିଆଇର ଚିଠିରୁ ଜଣାପଡ଼ିଛି।

ଧାନବସ୍ତା ଦୁର୍ନୀତି ଏଫସିଆଇ ଚିଠିରୁ ଜଳଜଳ ହୋଇ ଦେଖାଯାଉଥିବା ବେଳେ ଏହି ଦୁର୍ନୀତି ସଂପୃକ୍ତ ବାବୁଙ୍କ ବିରୋଧରେ ସରକାର କେବେ କି ପ୍ରକାର ପଦକ୍ଷେପ ନେଉଛନ୍ତି ତାକୁ ହିଁ ଅପେକ୍ଷା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe