କନକ ବ୍ୟୁରୋ : ଏଫ୍ସିଆଇ ଦେଉଥିବାଗୋଟିଏ ଅଖାବସ୍ତା ୬୩୦ ଗ୍ରାମ ଓ ପ୍ଲାଷ୍ଟିକ ବସ୍ତା ୨୮୦ ଗ୍ରାମରହିବା କଥା। କିନ୍ତୁ ଏଫସିଆଇକୁ ଦିଆଯାଉଥିବା ବସ୍ତା ଉପଯୁକ୍ତ ମାନର ନୁହେଁ ବୋଲି ଚିଠି ଆସିବା ପରେ ବ୍ୟବସ୍ଥାର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି।
ଏଫସିଆଇକୁ ନିମ୍ନମାନରବସ୍ତା ଦିଆଯାଇଛି ତେବେ ଉନ୍ନତମାନର ବସ୍ତା ସବୁ ଯାଉଛି କୁଆଡ଼େ? କିଏ ଏହାର ଲାଭ ପାଉଛି? କୋଟି କୋଟି ଟଙ୍କା ଦୁର୍ନୀତିରମାଷ୍ଟର ମାଇଣ୍ଡ କିଏ?
ଧାନବସ୍ତା ଦୁର୍ନୀତି ଏଫସିଆଇ ଚିଠିରୁ ଜଳଜଳ ହୋଇ ଦେଖାଯାଉଥିବା ବେଳେ ଏହି ଦୁର୍ନୀତି ସଂପୃକ୍ତ ବାବୁଙ୍କ ବିରୋଧରେ ସରକାର କେବେ କି ପ୍ରକାର ପଦକ୍ଷେପ ନେଉଛନ୍ତି ତାକୁ ହିଁ ଅପେକ୍ଷା।