ନାଲ୍‌କୋରେ ପଶିଲା ସିବିଆଇ ; ବଡ଼ବାବୁଙ୍କ ଛାତି ଧଡ଼ଧଡ଼

ନବରତ୍ନ କମ୍ପାନି ନାଲ୍‌କୋରେ ଅତର୍କିତ ସିବିଆଇ ଚଢ଼ାଉ  ।  ବିନା ବିଜ୍ଞପ୍ତିରେ ୨୦ଜଣଙ୍କୁ ଚାକିରି ଦିଆଯିବା ଘଟଣାରେ ତନାଘନା ଆରମ୍ଭ ।  ଅଢ଼େଇ ଘଣ୍ଟା ଘାଣ୍ଟିଲେ ୬ଜଣିଆ ଟିମ୍ ।  କିଛି କାଗଜପତ୍ର ଜବତ, ଆଉ କିଛି ତୁରନ୍ତ ଦେବାକୁ ନିର୍ଦ୍ଦେଶ । ବଡ଼ ବାବୁମାନଙ୍କ ଛାତି ଧଡ଼ଧଡ଼

34

କନକ ବ୍ୟୁରୋ: ବିନା ବିଜ୍ଞପ୍ତିରେ ନାଲକୋରେ ଚାକିରି ଦେଇ ହରଡ଼ଘଣାରେ ବାବୁ । ଘରୋଇ ଅସ୍ଥାୟୀ କର୍ମଚାରୀଙ୍କ ଅଭିଜ୍ଞତା ଦର୍ଶାଇ ୨୦ ଜଣଙ୍କୁ ଚାକିରି କରାଇ ଦେବା ଘଟଣାରେ ଘାଣ୍ଟୁଛି ସିବିଆଇ । ନବରତ୍ନ କମ୍ପାନିର ଖବର ସାମ୍ନାକୁ ଆସିବା ପରେ, ଦୁର୍ନୀତି ଖୋରଙ୍କ ଛାତି ଧଡ଼ଧଡ଼ । ଦେଖନ୍ତୁ କନକ ନ୍ୟୁଜ ଏକ୍ସକ୍ଲ୍ୟୁସିଭ। 

ନାଲକୋ ଅଫିସ ଭିତରକୁ ଧସେଇ ପସିଲା ସିବିଆଇର ସ୍ୱତନ୍ତ୍ର ଟିମ୍ । ଭୁବନେଶ୍ୱରର ବଛା ବଛା ସିବିଆଇ ଅଫିସରଙ୍କୁ ନେଇ ତିଆରି ହୋଇଥିଲା ଏହି ୬ ଜଣିଆ ଟିମ୍ । ଆଉ ଆରମ୍ଭ ହୋଇଗଲା ଅତର୍କିତ ରେଡ୍ । କେହି କିଛି ବୁଝିବା ଆଗରୁ ଦୁଇ ଡିଏସ୍‌ପି ଓ ଇନସପେକ୍ଟର ଆରମ୍ଭ କରିଥିଲେ ଅପରେସନ୍ । ବିନା ବିଜ୍ଞପ୍ତିରେ ୨୦ ଜଣଙ୍କୁ ନାଲକୋରେ ନିଯୁକ୍ତି ଦେବା ପ୍ରକ୍ରିୟାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼ । ତଦନ୍ତ ଅଧିକାରୀଙ୍କ ପ୍ରଶ୍ନ ବାଣରେ ଘାଇଲା ହୋଇଛନ୍ତି ନାଲକୋର ଏକାଧିକ ଅଧିକାରୀ । ଅଢେଇ ଘଣ୍ଟା ଧରି ଘାଣ୍ଟିବା ପରେ , ପଦାକୁ ବାହାରି ଥିଲା ସିବିଆଇ ଟିମ୍ । ଜଣାପଡିଛି, 

- ଘରୋଇ ସଂସ୍ଥାରେ ଚାକିରି କରିଥିବା ବ୍ୟକ୍ତିଙ୍କୁ ନାଲ୍‌କୋରେ ସ୍ଥାୟୀ ଚାକିରି କରାଇବା ପାଇଁ ହୋଇଥିଲା ଚକ୍ରାନ୍ତ
- ଚାକିରି ପାଇଁ ହୋଇଥିଲା ମୋଟା ଅଙ୍କର ଟଙ୍କା କାରବାର
- ଦଲାଲଙ୍କ ସହ ନାଲ୍‌କୋର ପାତ୍ର ବାବୁ ନାମକ ଜଣେ ଅଧିକାରୀଙ୍କ ହାତ ରହିଥିବା ଜାଣିବାକୁ ପାଇଛି ସିବିଆଇ

କେବଳ ୨୦ ଜଣ ଚାକିରିଆ ନା ଆଉ କିଛି ଆଶାୟୀ ବି ଥିଲେ ନାଲକୋ ଚାକିରି କେଳେଙ୍କାରୀରେ, ସେନେଇ ସିବିଆଇ ହାତରେ ଅନେକ ଗୁଡିଏ ତଥ୍ୟ, ପ୍ରମାଣ ଲାଗିଥିବା କୁହାଯାଉଛି । ନାଲକୋ ଅଫିସରୁ ବାହାରିବା ବେଳେ, ସିବିଆଇ ଅଫିସରଙ୍କ ହାତରେ ଥିବା ଏହି ହଳଦିଆ ରଙ୍ଗର ଫାଇଲ ଭିତରେ ସବୁ କିଛି ଲୁଚିଥିବା ଚର୍ଚ୍ଚା ହେଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe