ନବରଙ୍ଗପୁର ପୌରପାଳିକାରେ ମାଳମାଳ ଦୁର୍ନୀତି, ଡମ୍ପିଂୟାର୍ଡ ନିର୍ମାଣରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ

ଏତିକିରେ ସରିନି ପୌରପାଳିକାର ଦୁର୍ନୀତି । ଗରିବ, ଅସହାୟ, ବିଧବା, ଆର୍ଥିକ ଅନଗ୍ରସର, ଦିବ୍ୟାଙ୍ଗ ଓ ଶିକ୍ଷିତ ବେକାରୀମାନଙ୍କ ପାଇଁ ନିର୍ମିତ ୧୧୩ଟି ଷ୍ଟଲ୍‌ ବଣ୍ଟନରେ ମଧ୍ୟ ଅନିୟମିତତା ନେଇ ଅଭିଯୋଗ ହୋଇଛି । ଏହାସହ ମଶା ତେଲ କିଣାରେ ବି କେଳେଙ୍କାରୀ ! ସମ୍ବଲପୁରରେ ଥିବା ଏକ କମ୍ପାନିରୁ ମିଥ୍ୟା ବିଲ୍‌ ଆଣି ଟଙ୍କା ହରିଲୁଟ୍‌ ଅଭିଯୋଗ ଆଣିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝି । ଭିଜିଲାନ୍ସର ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ପୌର ପରିଷଦ କାର୍ଯ୍ୟନିର୍ବାହୀ  ଅଧିକାରୀ ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

þZKþqþþþ

କନକ ବ୍ୟୁରୋ :  ସହରର ସାରା କୁଢ଼କୁଢ଼ ଆବର୍ଜନା । ଦୁର୍ଗନ୍ଧରେ ଫାଟି ପଡୁଛି ଚତୁର୍ଦ୍ଧିଗ । ଆବର୍ଜନା କୁଣ୍ଡର ଭ୍ରମ ସୃଷ୍ଟି କରୁଛି ନବରଙ୍ଗପୁର ପରିବହନ କାର୍ଯ୍ୟାଳୟ  ପଛ ପଟ । ଅଳିଆ ଆବର୍ଜନା ପକାଇବା ଲାଗି ଡମ୍ପିଂୟାର୍ଡ  ବାବଦରେ ଲକ୍ଷଲକ୍ଷ ଖର୍ଚ୍ଚ ହୋଇଛି । କିନ୍ତୁ ରାସ୍ତାକଡ଼ରେ ଅଳିଆ ପଡୁଛି । ଡମ୍ପିଂୟାର୍ଡ ଖୋଳା ବାବଦରେ ପ୍ରାୟ ୩୦ ଲକ୍ଷ ୧୬ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ନବରଙ୍ଗପୁର ପୌରପାଳିକା  ପକ୍ଷରୁ ପୂର୍ବତନ କାଉଁନସିଲର ଉତ୍ତମ ତ୍ରିପାଠୀଙ୍କୁ ଟଙ୍କା ଦିଆଯାଇଥିବାବେଳେ କାମ ହୋଇନଥିବା ଦେଖିବାକୁ ମିଳୁଛି ।  କେବଳ ଡମ୍ପିଂୟାର୍ଡ ନୁହେଁ, ଗ୍ରୀନ୍‌ ଫିଲ୍ଡ ନିର୍ମାଣ ପାଇଁ ଉଦ୍ଧିଷ୍ଟ ଫେବର ବ୍ଲକ କାର୍ଯ୍ୟ ବି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି ।

ଏତିକିରେ ସରିନି ପୌରପାଳିକାର ଦୁର୍ନୀତି । ଗରିବ, ଅସହାୟ, ବିଧବା, ଆର୍ଥିକ ଅନଗ୍ରସର, ଦିବ୍ୟାଙ୍ଗ ଓ ଶିକ୍ଷିତ ବେକାରୀମାନଙ୍କ ପାଇଁ ନିର୍ମିତ ୧୧୩ଟି ଷ୍ଟଲ୍‌ ବଣ୍ଟନରେ ମଧ୍ୟ ଅନିୟମିତତା ନେଇ ଅଭିଯୋଗ ହୋଇଛି । ଏହାସହ ମଶା ତେଲ କିଣାରେ ବି କେଳେଙ୍କାରୀ ! ସମ୍ବଲପୁରରେ ଥିବା ଏକ କମ୍ପାନିରୁ ମିଥ୍ୟା ବିଲ୍‌ ଆଣି ଟଙ୍କା ହରିଲୁଟ୍‌ ଅଭିଯୋଗ ଆଣିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝି । ଭିଜିଲାନ୍ସର ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ପୌର ପରିଷଦ କାର୍ଯ୍ୟନିର୍ବାହୀ  ଅଧିକାରୀ ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

 ନବରଙ୍ଗପୁର ପୌରପାଳିକାରେ ହୋଇଥିବା ମହାଦୁର୍ନୀତିକୁ ନେଇ ମାମଲା ଭିଜିଲାନ୍ସରେ ପହଞ୍ଚିବା ପରେ ତଦନ୍ତ କେବେ ହେଉଛି ? କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ? ତାକୁ ଅପେକ୍ଷା କରିଛନ୍ତି ନବରଙ୍ଗପୁର ଜିଲ୍ଲାବାସୀ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe