କନକ ବ୍ୟୁରୋ: କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହୋଇଛି ଶ୍ମଶାନ ଗୃହ । ହେଲେ ଟର୍ଚ୍ଚ ଲାଇଟରେ ହେଉଛି ଶବ ଦାହ । ଢେଙ୍କାନାଳ ପୌରସଂସ୍ଥା ଅଧୀନରେ ଥିବା ଜୁବୁଲି ଟାଉନ ମଶାଣି ଉନ୍ନତି କରଣ ପାଇଁ ବିଗତ ସରକାର ସମୟରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଶବ ଦାହ ପାଇଁ ସାମାନ୍ୟ ସୁବିଧା ଟିକିଏ ମିଳିପାରୁନାହିଁ । ରାତିରେ ଟର୍ଚ୍ଚଲାଇଟରେ ହେଉଛି ଶବ ଦାହ ।
- ଶ୍ମଶାନ ନିର୍ମାଣରେ ଦୁର୍ନୀତି ଅଭିଯୋଗ
- ଖର୍ଚ୍ଚ ହୋଇଛି କୋଟିଏରୁ ଅଧିକ ଟଙ୍କା
- ଟର୍ଚ୍ଚ ଲାଇଟରେ ହେଉଛି ଶବ ଦାହ
ଢେଙ୍କାନାଳର ସର୍ବ ପୁରାତନ ଜୁବୁଲି ଟାଉନ ଅଞ୍ଚଳରେ ଥିବା ମଶାଣୀ ପୌର ସଂସ୍ଥା ଅଧୀନରେ ରହିଛି କ୍ଷ ଜୁବୁଲିଟାଉନ, ଦେଉଳ ସାହି, ମହିସାପାଟ, ରଥଗଡା, ଅମଲାପଡ଼ା ଆଦି ଅଂଚଳରେ କେହି ମୃତାହତ ହେଲେ ଏହିଠାରେ ଦାହ ସଂସ୍କାର କରାଯାଏ କ୍ଷ ମଶାଣୀ ଫଳକ ସୂଚିତ କରୁଛି ଉନ୍ନତିକରଣ ପାଇଁ ୨୦୧୮ ମସିହାରେ ୬୦ ଲକ୍ଷ ଟଙ୍କା ଅନୁଦାନ ମିଳିଛି । ୨୦୨୩ରେ ମଧ୍ୟ ୫୮ ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି ତତ୍କାଳୀନ ସରକାର । କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି ।
ହେଲେ ସାଧାରଣ ଲୋକଙ୍କୁ ଯେଉଁ ପ୍ରକାର ସୁବିଧା ମିଳିବା କଥା ତାହା ମିଳୁନାହିଁ କ୍ଷ ରାତିରେ ଶବ ଦାହକରିବାକୁ ଆସୁଥିବା ଲୋକ ମାନେ ଟର୍ଚ୍ଚ ଲାଇଟରେ ଶବଦାହ କରୁଛନ୍ତି କ୍ଷ କ୍ରିୟା କର୍ମପାଇଁ ମଧ୍ୟ ପାଣି ବ୍ୟବସ୍ଥା ନାହିଁ କ୍ଷ ମୁଖ୍ୟ ଶବଦାହ ପିଣ୍ଡିରେ ଅଲୋକିକରଣ ଓ ପାଣି ସୁବିଧାକୁ ଭୁଲିଯାଇଛନ୍ତି ପୌର ପ୍ରଶାସନ ।
ମଶାଣୀ ଭିତରେ ସୌନ୍ଦର୍ୟ୍ୟକରଣ ନାଁରେ ସେଭଳି କିଛି ଆଖି ଦୃଶିଆ ଉନ୍ନତୀକରଣ କାମ ହୋଇନାହିଁ । ସଂଧ୍ୟାହେଲେ ମଦ୍ୟପ ଓ ଅସାମାଜିକ ଯୁବକଙ୍କ ଆଡ଼ାସ୍ଥଳୀ ପାଲଟିଛି ଏହି ସ୍ଥାନ । ଶ୍ମଶାନ ପରିସରରେ ମଦ ବୋତଲ ଗଡ଼ୁଛି । ଶ୍ମଶାନ ଗୃହ ନିର୍ମାଣ ନାଁରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।
ଶ୍ମଶାନ ଗୃହ ଉନ୍ନତିକରଣ କାମରେ ଏଭଳି ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଏହାର ତଦନ୍ତ ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/629s91pHd0ojAWTbHEqH.jpg)