କନକ ବ୍ୟୁରୋ : ନୂଆପଡ଼ା ଖଡ଼ିଆଳ ବ୍ଲକ ଲାଞ୍ଜି ପଞ୍ଚାୟତର ଉପରପିଟା ଗାଁରେ ମନରେଗାରେ ଲକ୍ଷାଧିକ ଟଙ୍କା ହରିଲୁଟ ଅଭିଯୋଗ ହୋଇଛି । କାମ ନକରି ବିଲ୍ ଉଠିଛି । ରାସ୍ତାଘାଟ ତିଆରି ଠୁ ପୋଖରୀ ଖନନ, ସବୁଠି ମଣିଷ ବଦଳରେ ଜେସିବି, ଟ୍ରାକ୍ଟରର ବ୍ୟବହାର କରାଯାଉଛି ! ସେପଟେ କାମ ନପାଇ ସ୍ଥାନୀୟ ଅଞ୍ଚଳର ଶ୍ରମିକ ବାଧ୍ୟ ହୋଇ ରାଜ୍ୟ ବାହାରକୁ ଦାଦନ ଯାଉଛନ୍ତି । ଏସବୁ ପଛରେ ବ୍ଲକର କିଛି ବାବୁ ଓ ପଞ୍ଚାୟତ ପ୍ରତିନିଧି ଥିବା ଅଭିଯୋଗ ହୋଇଛି ।
ଖଡିଆଳ ବ୍ଲକ ମନରେଗା ଦୁର୍ନୀତିର ଗନ୍ତାଘର ପାଲଟିଛି । ଲାଞ୍ଜୀ ପଞ୍ଚାୟତ ଉପରପିଟା ତେନ୍ତୁଲିବନ୍ଦ ମନରେଗା ଦୁର୍ନୀତି ସମସ୍ତଙ୍କୁ ଚକିତ କରିଛି । ୨୦୨୩-୨୪ ଆର୍ଥିକ ବର୍ଷରେ ତେନ୍ତୁଲି ବନ୍ଦ ଉନ୍ନତିକରଣ ଆଳରେ ୩ ଲକ୍ଷ ଟଙ୍କା ଉଠାଣ ଅଭିଯୋଗ ହେବା ପରେ ଛନକା ପଶିଛି । ପାଣି ଭର୍ତ୍ତି ପୋଖରୀରେ ମାଟି କାମ ହେଲା କେମିତି? ସୂଚନା ଫଳକ ଲାଗିଲା ନାହିଁ କାହିଁକି? କାମ ହେଲା ଶ୍ରମିକ ଜାଣିପାରିଲେ ନାହିଁ କେମିତି?
ଆଉଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସ୍ଥାନୀୟ ଶ୍ରମିକଙ୍କ ବଦଳରେ ଅନ୍ୟ ଗାଁର ଶ୍ରମିକଙ୍କ ଖାତାକୁ ଟଙ୍କା ପଠାଯାଇଛି । ଏକଥା ଜଣାପଡ଼ିବା ପରେ ବିଡ଼ିଓ ଏବଂ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଦୋଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି ହୋଇଛି । ମନରେଗା ଦୁର୍ନୀତି ହାଟରେ ପଡି ଦାଣ୍ଡରେ ଗଡ଼ୁଛି । ସ୍ଥାନୀୟ ଶ୍ରମଜୀବୀଙ୍କ ମନରେ ଉଙ୍କି ମାରୁଥିବା ପ୍ରଶ୍ନର ଉତ୍ତର ବିଭାଗୀୟ ବାବୁ କି ସ୍ଥାନୀୟ ସରପଞ୍ଚଙ୍କ ପାଖରେ ନାହିଁ । ତେଣୁ ପୁରା ପ୍ରକ୍ରିୟାରେ ସରପଞ୍ଚ, ବିଭାଗୀୟ ଯନ୍ତ୍ରୀ ଓ ଏପିଓଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/D8r1SGsb9uE1wKp94Xcw.jpg)