କନକ ବ୍ୟୁରୋ : ମନରେଗା ଯୋଜନା ନାଁରେ ଦୁର୍ନୀତି ଅଭିଯୋଗ। ଲକ୍ଷାଧିକ ଟଙ୍କା ହରିଲୁଟ୍ ଅଭିଯୋଗ । ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୧୧ରୁ ଅଧିକ କାମରେ ଟଙ୍କା ଆତ୍ମସାତ୍ କରାଯାଇଥିବା ହୋଇଛି ଅଭିଯୋଗ । ଆସିକା ବ୍ଲକ ଖଣ୍ଡଦେଉଳି ପଞ୍ଚାୟତରରେ ଏହି ହେରଫେର ଘଟଣା ସାମ୍ନାକୁ ଆସିଛି ।
ଆର୍ଥିକ ବର୍ଷ ୨୦୨୩-୨୦୨୪ରେ ଟଙ୍କା ହେରଫେର ହୋଇଛି । କପିଳେଶ୍ୱର ମନ୍ଦିର ନିକଟରେ ରୁରାଲ୍ ପାର୍କ କରିବାକୁ ମୋଟ ୮ଲକ୍ଷ ଟଙ୍କା ଆସିଥିଲା । ମୋଟ ଟଙ୍କାରୁ ୪ଲକ୍ଷ ୬୩ ହଜାର ୩୩୨ ଟଙ୍କା ଉଠାଇ ଦିଆଯାଇଛି । ବାଗାଡା ରୋଡରୁ ତାରାପୀଠ ପର୍ଯ୍ୟନ୍ତ ରାସ୍ତା ତିଆରି ପାଇଁ ୬ ଲକ୍ଷ ଅନୁଦାନ ହୋଇଛି । କିଛି ବି କାମ ନ ହୋଇ ୩ ଲକ୍ଷ ୭୯ ହଜାର ୩୯୮ ଟଙ୍କା ଉଠାଯାଇଛି । ଏହିଭଳି ଭାବରେ ମନରେଗା କାମ ମୂଳରୁ ନହୋଇ ଲକ୍ଷ ଲକ୍ଷ ଟଙ୍କାର ନକଲି ବିଲ୍ କରାଯାଇଛି ।
କାମ ନ କରି ନକଲି ବିଲ୍ କରାଯାଇଥିବା ଅଭିଯୋଗ ହୋଇଛି । ହେଲେ ଅଭିଯୋଗ ପାଇବା ପରେ ଏବେ ତରବରିଆ ଭାବେ କେତେକ ସ୍ଥାନରେ ଫଳକ ତିଆରି କରି କାମ କରିବାକୁ ଉଦ୍ୟମ କରାଯାଉଛି । ବ୍ଲକର ଗୋଟିଏ ପଞ୍ଚାୟତରେ ଏତେ ଗୁଡିଏ ମନରେଗା କାମ ନକରି ଟଙ୍କା ହରିଲୁଟ କରାଯାଇଛି । ଯାହାର ତାଲିକା ଖୁବ ଲମ୍ବା । ସେପଟେ ଆଗକୁ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ ।
ଗାଁରେ କାମ ନହୋଇ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରାଯାଇଛି । ଯାହାର ଖୁବଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ ହୋଇଛି ।