କନକ ବ୍ୟୁରୋ: ଲେମନ ଗ୍ରାସ ନାଁ ରେ କୋଟି କୋଟି ଟଙ୍କା ଚଳୁ । ସାମ୍ନାକୁ ଆସିଲା ମାଲାକନଗିରି ଆଇଟିଡିଏରେ ମହାଦୁର୍ନୀତି । ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨୦୨୦-୨୦୨୧ ଆର୍ଥିକ ବର୍ଷରେ ମାଲକାନଗିରି ଜିଲ୍ଲାର ୩ଟି ବ୍ଲକରେ ଲେମନ ଗ୍ରାସ ପ୍ଲାଣ୍ଟେଶନ ସାଙ୍ଗକୁ ତେଲ ଉତ୍ପାଦନ କାମ ଆରମ୍ଭ ହୋଇଥିଲା । ଉଦ୍ଦେଶ୍ୟ ଥିଲା ଆଦିବାସୀଙ୍କୁ କାମ ଧନ୍ଦା ଯୋଗାଇବା ଓ ସେମାନଙ୍କ ଆର୍ଥିକ ସ୍ଥିତିକୁ ସ୍ୱଚ୍ଛଳ କରିବା । ତେବେ ଏହି ଚାଷର ବାସ୍ତବ ସ୍ଥିତି ଜାଣିବାକୁ ମାଥିଲି ବ୍ଲକ କର୍ତ୍ତନପାଲି ପଞ୍ଚାୟତରେ ପହଞ୍ଚିଥିଲା କନକ ନ୍ୟୁଜ ଟିମ୍ । ଆଉ ଛାନଭିନ ବେଳେ ଜଣାପଡିଥିଲା ଉଦୟଗିରି ଗାଁ ମୁଣ୍ଡରେ ୨ଟି ଲେମନ ଗ୍ରାସ ପ୍ଲାଣ୍ଟେଶନ ହୋଇଛି, ଯାହା ଧର୍ମକୁ ଆଖିଠାର ଭଳି ।
- ନାଁକୁ ମାତ୍ର ନାମଫଳକ
- ୱାର୍କ କୋଡ ନାହଁ କି ତାରିଖ ବି ନାହିଁ
ମନରେଗା ୱେବସାଇଟରୁ ମିଳି ଥିବା ତଥ୍ୟ ଅନୁସାରେ ମାଥିଲି କର୍ତ୍ତନପାଲି ଉଦୟଗିରି ଗାଁରେ ୧୮ ଲକ୍ଷ ୧୫ ହଜାର ଟଙ୍କା ଖର୍ଚ୍ଚରେ ୫ ହେକ୍ଟର ଜମିରେ ୩ ଲକ୍ଷ ୧୨ ହଜାର ୫ ଶହ ଲେମନ ଗ୍ରାସ ଚାରା ଲଗାଯାଇଛି । ତେବେ ବାସ୍ତବରେ ଏଠାରେ ନା ଅଛି ୫ ହେକ୍ଟର ଜମି ଅଛି ନା ଲଗାଯାଇଛି ୩ ଲକ୍ଷ ଚାରା । ପ୍ରାୟ ଏକ ହେକ୍ଟର ଜମିରେ ପାଖାପାଖି ୧୦ ହଜାର ଚାରା ଲଗାଯାଇ ଦୁର୍ନୀତି ହୋଇଛି । ଆଉ ଲେମନ ଗ୍ରାସ ତେଲ ପ୍ରକଳ୍ପ ଥରେ ଦୁଇ ଥର ଚାଲି ଅଚଳ ପଡିଛି ।