କନକ ବ୍ୟୁରୋ: ମାଲକାନଗିରି ଲେମନ ଗ୍ରାସ ମହାଦୁର୍ନୀତି ନେଇ ଜାରି ରହିଛି କନକ ନ୍ୟୁଜର ଅନୁସନ୍ଧାନ । ତେବେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଦୁର୍ଗମ ଅଞ୍ଚଳ ଓ ନିରୀହ ଆଦିବାସୀଙ୍କ ସରଳତା ର ସୁଯୋଗ ନେଇ ଆଖି ବୁଝା ଦୁର୍ନୀତି କରିଛି ଆଇଟିଡିଏ । ସ୍ୱାଭିମାନ ଅଞ୍ଚଳରେ ଆପଣ ଯେତେ ଭିତରକୁ ଭିତର ଯିବେ, ଦୁର୍ନୀତିରେ ପରିମାଣ ସେତେ ଅଧିକରୁ ଅଧିକ ଦେଖି ପାରିବେ । ତେବେ ଲେମନଗ୍ରାସ ଚାଷରୁ ସୁଫଳ ନପାଇ ଏବେ ବିଲରୁ ଲେମନ ଗ୍ରାସ ହଟାଇ ଧାନ କିମ୍ବା ସୁଆଁ ଚାଷ ଆରମ୍ଭ କରିଛନ୍ତି ଅନେକ ଚାଷୀ ।  

Advertisment

ଦୁର୍ନୀତି ବାସ୍ନା ଦେଉଛି ଯୋଡାମ୍ବ ଯନ୍ତୁରାଇ ମୁଖ୍ୟ ରାସ୍ତ କଡ଼ରେ ଥିବା ଲେମନ ଗ୍ରାସ । ସାଗ କିଆରି ପରି ଅଳ୍ପ କିଛି ଜମିରେ ଲେମନ ଗ୍ରାସ ଚାଷ କରି ଫଳକ ମରାଯାଇଥିବା ସ୍ପଷ୍ଟ ଭାବେ ଜଣାପଡୁଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଯୋଡାମ୍ବା ଗାଁର ଜଗନ୍ନାଥ ଶିଶାଙ୍କ ପ୍ରାୟ ଅଧା ଏକରରୁ ଊର୍ଦ୍ଧ୍ୱ ଓ ତାଙ୍କ ପୁତୁରା ଜଗବନ୍ଧୁ ଶିଶାଙ୍କ କିଛି ଜମିକୁ ନେଇ ଏହି ପ୍ରକଳ୍ପଟି କରାଯାଇଥିବା ବେଳେ ଫଳକ କିନ୍ତୁ ୫ ହେକ୍ଟରର। ତେବେ ରକ୍ଷଣାବେକ୍ଷଣ ଅଭାବରୁ ପୁତୁରା ଜଗବନ୍ଧୁ ଏବେ ଲେମନ ଗ୍ରାସରୁ ମୁଁହ ଫେରାଇ ବିଲରେ ଧାନ ଲଗାଇଛନ୍ତି। ଆଉ ଏ ହେଉଛି ସିନ୍ଧିବାଡ଼ି ଗାଁରେ ଏକ ଲେମନ ଗ୍ରାସ ପ୍ରକଳ୍ପର ଚିତ୍ର। 

ବାଟ ହୁଡୁଛି ମନରେଗା ଯୋଜନା
ଲକ୍ଷ୍ୟ ଠାରୁ ବହୁ ଦୂରରେ ପ୍ରକଳ୍ପ

ସେହିପରି ବଡପଡା ପଞ୍ଚାୟତ ଅର୍ଣଭାଟ ଗାଁର ସନା ଖରା ନିଜ ବିଲରେ ମଧ୍ୟ ଗୋଟିଏ ଏକର ଲେମନ ଗ୍ରାସ ଲଗାଇଥିଲେ । ତେବେ ସାର କିମ୍ବା ବାଡ଼ ଅଭାଗରୁ ଅଯଥା ଜମି ନଷ୍ଟ ହେଉଥିବା ଜାଣି ବିଲରୁ ଲେମନ ଗ୍ରାସ ଓପାଡି ଏବେ ସୁଆଁ ଚାଷ କରିଛନ୍ତି ସନା । 
 
 
ଘାଟି ତଳେ ଅଧିକ ଦୁର୍ନୀତି
ପୁରୁଣା ଫଳକରେ ନୂଆଁ ନାଁ 

ମାଓ ଇଲାକାରେ ଜୀବିକା ନିର୍ବାହ ଲାଗି ଗଂଜେଇ ବଦଳରେ ଅର୍ଥକାରୀ ଫସଲ ଭାବେ ଲେମନ ଗ୍ରାସ ଚାଷ ଆପଣାଇ ଥିଲା ପ୍ରଶାସନ । ତେବେ ଅତି ମାଓ ପ୍ରବଣ ଯୋଡାମ୍ବ ପଞ୍ଚାୟତର ସିନ୍ଧିବାଡ଼ି, ବିହନଗୁଡି, ଖଜୁରିଗୁଡା ଦାର୍ଲାବେଡାରେ ୨୧ଟି ଓ ପଣସପୁଟରେ ୬ ଏବଂ ଗାଜଲମାମୁଡିର ୧୨ଟି ଓ ପାପେରମେଟଲାରେ ୩୭ଟି ପ୍ରକଳ୍ପରେ ଆଖି ବୁଝା ଦୁର୍ନୀତି ହୋଇ ଥିବା ଜଣା ପଡିଛି ।