କଳାହାଣ୍ଡି ମନରେଗାରେ ମହାଦୁର୍ନୀତି: ପିଚୁ ରାସ୍ତା ଉପରେ ମୋରମ ପକାଇ ଲକ୍ଷଲକ୍ଷ ଟଙ୍କାର ବିଲ୍

Advertisment

ମନରେଗାରେ ମହା ଦୁର୍ନୀତି। କାମ ନାହିଁ କୋଟି କୋଟି ଟଙ୍କାର ବିଲ୍‌। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଉପରେ ମନରେଗା ବିଲ୍। ପାଣି ଭର୍ତ୍ତି ପୋଖରୀରେ ମନରେଗା ବିଲ୍।

ମନରେଗାରେ ମହା ଦୁର୍ନୀତି। କାମ ନାହିଁ କୋଟି କୋଟି ଟଙ୍କାର ବିଲ୍‌। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଉପରେ ମନରେଗା ବିଲ୍। ପାଣି ଭର୍ତ୍ତି ପୋଖରୀରେ ମନରେଗା ବିଲ୍।

wdwdw

କନକ ବ୍ୟୁରୋ: ମନରେଗାରେ ମହା ଦୁର୍ନୀତି। କାମ ନାହିଁ କୋଟି କୋଟି ଟଙ୍କାର ବିଲ୍‌। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଉପରେ ମନରେଗା ବିଲ୍। ପାଣି ଭର୍ତ୍ତି ପୋଖରୀରେ ମନରେଗା ବିଲ୍। କାମ ସିନା ମିଛ, ବିଲ୍ କିନ୍ତୁ ସତ। ସ୍ଥାନୀୟ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନିକ ଅଧିକାର, ମିଳିମିଳି ପଞ୍ଚାୟତରୁ ଲୁଟିଛନ୍ତି କୋଟି କୋଟି ଟଙ୍କା। ସ୍ଥାନୀୟ ଲୋକଙ୍କ ଏଭଳି ଅଭିଯୋଗ ପରେ ଛାନଭିନ୍ ଆରମ୍ଭ କରିଛି ଭିଜିଲାନ୍ସ ।

ଚୋରି। ଚୋରି ଉପରେ ସିନା ଚୋରି । ପାଣି ଭର୍ତ୍ତି ପୋଖରୀ ଓ ପିଚୁ ରାସ୍ତା ଉପରେ ମୋରମ କାମ କରିଥିବା ଦର୍ଶାଇ ଲକ୍ଷଲକ୍ଷ ଟଙ୍କାର ବିଲ୍‌। କଳାହାଣ୍ଡି ଭବାନୀପାଟଣା ବ୍ଳକ ପଲନା ପଞ୍ଚାୟତରେ ୨ଟି ଆର୍ଥିକ ବର୍ଷରେ ଲକ୍ଷଲକ୍ଷ ଟଙ୍କାର ବାଟମାରଣା! ହୋଇଛି। ୨୦୨୨-୨୩ ଆଉ ୨୩-୨୪ରେ କାମ ନକରି ସରକାରୀ ଅର୍ଥ ହଡ଼ପ! ହୋଇଛି। ୨୦୧୯ରେ ହୋଇଥିବା ପିଚୁ ରାସ୍ତାରେ ୨୦୨୩ରେ ମାଟି କାମ ହୋଇଥିବା ଦର୍ଶା ଯାଇଛି ।

ଲୋକ ଆଣିଛନ୍ତି ଦୁର୍ନୀତି ଅଭିଯୋଗ
ମାଝୀପଡ଼ା ଠାରୁ ପଲନା ରାସ୍ତା ମରାମତି ପାଇଁ ଉଠିଛି ୧୦ ଲକ୍ଷ ଟଙ୍କା
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଠାରୁ ଗହିରପଡ଼ା ରାସ୍ତାରେ ୧୦ଲକ୍ଷ
ଖୋଟଲା ବନ୍ଦରେ ୧୦ଲକ୍ଷର ମାଟି କାମ
ପଲନା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଉପରେ ୧୦ ଲକ୍ଷର ମନରେଗା କାମ

ଲୋକେ କହୁଛନ୍ତି ୨ ବର୍ଷ ହେଲା ପଞ୍ଚାୟତରେ କୌଣସି ଉନ୍ନତିମୂଳକ କାମ ହୋଇନାହିଁ। କିନ୍ତୁ ଲକ୍ଷଲକ୍ଷ ଟଙ୍କା ହରିଲୁଟ ହୋଇଛି। ସରକାରୀ ଅର୍ଥ ଆତ୍ମସାତ କରିବାରେ ଠିକାଦାରଙ୍କୁ ସହଯୋଗ କରିଛନ୍ତି ସରପଞ୍ଚ, ଜରିଆରଏସ୍‌, ଜେଇ, ପୂର୍ବତନ ବିଡ଼ିଓ! ଏମିତି ଅଭିଯୋଗ ନେଇ ବ୍ଲକ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇ ନିରାସ ହେବା ପରେ ଭିଜିଲାନ୍ସର ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ। ଭିଜିଲାନ୍ସ ଟିମ୍ ପଞ୍ଚାୟତରେ ପହଞ୍ଚି ତଦନ୍ତ କରୁଛି। 

ମନରେଗାରେ ବଡ ଦୁର୍ନୀତିରେ ବ୍ଳକ ଠାରୁ ପଞ୍ଚାୟତ ଯାଏଁ ସମସ୍ତଙ୍କ ସଂପୃକ୍ତି ରହିଛି। ସ୍ଥାନୀୟ ସରପଞ୍ଚଙ୍କ ମୁହଁରୁ ଶବ୍ଦ ବାହାରୁ ନାହିଁ। ଭିଜିଲାନ୍ସ ତଦନ୍ତରୁ ସ୍ପଷ୍ଟ ହେବ ବଡ଼ ମାଛ କିଏ? ଛୋଟ ମାଛ କିଏ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe